ଫୋକସ ପ୍ଲସ 13/12/2022(ଗଁଦିଆ): ଗଁଦିଆ ବ୍ଲକ ସୋରିସିଆ ପଦା ପଂଚାୟତ ରେ ଘଟିଛି ଏକ ଅଭାବନୀୟ କାଣ୍ଡ l ପାରିବାରିକ କଳହ ଏବଂ ପରକ୍ରିୟା ପ୍ରୀତି କୁ ସନ୍ଦେହ କରି ସ୍ତ୍ରୀ କୁ କଟୁରିରେ ହାଣିଲା ସ୍ବାମୀ। ଗୁରୁତର ଅବସ୍ଥାରେ 108 ଯୋଗେ ମୁଖ୍ୟ ଚିକିତ୍ସlୟଲରେ ଭର୍ତ୍ତି l ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ବାମୀ କୁ ଗିରଫ କରିବା ସହ କଟୁରୀ କୁ ଜବତ କରିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସୋରିଷିଆପଦା ଗ୍ରାମର ଗିରି ମହାନ୍ତ (ଗୌର) ଓ ତାଙ୍କର ପତ୍ନୀ କାମିନୀ ମହାନ୍ତ ମଧ୍ୟ ରେ ପାରିବାରିକ କଳହ କାରଣରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କାମିନୀ ମହାନ୍ତଙ୍କ ପଛ ପଟକୁ କଟୁରିରେ ଆକ୍ରମଣ କରିଥିଲେ ଘଟାଣ ସ୍ଥଳରେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲା l ସ୍ବାମୀ ବିଚଳିତ ହୋଇ ଗଁଦିଆ ଥାନା କୁ ଜଣାଇଥିଲା ସଙ୍ଗେ ସଙ୍ଗେ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୂତିଆ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ କୁ ଅଟକ ରଖିବା ସହ ସ୍ତ୍ରୀ କାମିନୀ କୁ ତୁରନ୍ତ 108 ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳ ପଠାଇଥିବା ସୂଚନା l ଘଟଣା ର ତଦନ୍ତ ଚାଲିଛି l
