ସୂର୍ଯ୍ୟୋପରାଗରେ କଣ ରହିଛି ନୀତିକାନ୍ତି ?

ଫୋକସ ପ୍ଲସ(ବ୍ୟୁରୋ): ଚଳିତ ଅକ୍ଟୋବର ୨୫ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ବର୍ଷର ଏକମାତ୍ର ସୂର୍ଯ୍ୟୋପରାଗ ସଂଘଟିତ ହେଉଅଛି ।ଚନ୍ଦ୍ରଗ୍ରହଣ ଭାରତରେ ସୂର୍ଯ୍ୟାସ୍ତ ପୂର୍ବରୁ ଅପରାହ୍ନରେ ଆରମ୍ଭ ହେବ ଏବଂ ଅଧିକାଂଶ ସ୍ଥାନରୁ ଏହା ଦେଖିବାକୁ ମିଳେ | ତେବେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର-ପୂର୍ବ ଭାରତର କେତେକ ସ୍ଥାନ (ଆଇଜାୱଲ୍, ଡିବ୍ରୁଗଡ, ଇମ୍ଫାଲ, ଇଟାନଗର, କୋହିମା, ସିବସାଗର, ସିଲଚର, ତାମଲଙ୍ଗ ଇତ୍ୟାଦି) ଠାରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ)ଚନ୍ଦ୍ରଗ୍ରହଣର ସମାପ୍ତି ଭାରତରେ ଦୃଶ୍ୟମାନ ହେବ ନାହିଁ କାରଣ ଏହା ସୂର୍ଯ୍ୟାସ୍ତ ପରେ ଜାରି ରହିବ |ଭାରତର ଉତ୍ତର-ପଶ୍ଚିମ ଭାଗରେ ସର୍ବାଧିକ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ 40 ରୁ 50 ପ୍ରତିଶତ ମଧ୍ୟରେ ରହିବ। ଦେଶର ଅନ୍ୟ ଭାଗରେ କଭରର ପ୍ରତିଶତ ଉପରୋକ୍ତ ମୂଲ୍ୟଠାରୁ କମ୍ ରହିବ।

ଚଳିତ ଅକ୍ଟୋବର ୨୫ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ବର୍ଷର ଏକମାତ୍ର ସୂର୍ଯ୍ୟୋପରାଗ ସଂଘଟିତ ହେଉଅଛି । ସୂର୍ଯ୍ୟୋପରାଗର ସର୍ବମୋକ୍ଷ ପୂର୍ବରୁ ସୂର୍ଯ୍ୟାସ୍ତ ହେଉଥିବାରୁ ଏହା ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ । ଏଣୁ ୨୫ ତାରିଖ ମଙ୍ଗଳବାର ପୁରୀଠାରେ ସଂଧ୍ୟା ୫ଟା ୧୭ ମିନିଟରେ ସୂର୍ଯ୍ୟାପରାଗ ମୋକ୍ଷ ହେଉଥିଲେ ମଧ୍ୟ ସଂଧ୍ୟା ୫ଟା ୧୬ ମିନିଟରେ ସୂର୍ଯ୍ୟାସ୍ଥ ହେଉଥିବାରୁ ସୂର୍ଯ୍ୟାପରାଗ ମୋକ୍ଷ ଦର୍ଶନ ହେବନାହିଁ । ତେଣୁ ଅକ୍ଟୋବର ୨୬ ତାରିଖ ବୁଧବାର ପ୍ରାତଃ ୫ଟା ୪୬ମିନିଟରେ ସୂର୍ଯ୍ୟାଦୟ ପରେ ସ୍ନାନାଦିସାରି ଦେବନୀତି ଓ ପରେ ପାକକର୍ମ କରି ଅନ୍ନଭୋଜନାଦି କରାଯିବ ।

ପୁରୀଠାରେ ସୂର୍ଯ୍ୟାପରାଗ ଦିବା ୪ଟା ୫୭ମିନିଟ୍ ୪୫ସେକେଣ୍ଡରେ ସ୍ପର୍ଶ କରୁଥିବାରୁ ଶାସ୍ତ୍ରମତେ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ୨୪ତାରିଖ ସୋମବାର ରାତି ୪ଟା ୫୮ ମିନିଟ୍ ଠାରୁ ୨୬ତାରିଖ ବୁଧବାର ପ୍ରାତଃ ୫ଟା ୪୬ ମିନିଟ୍ ପର୍ଯ୍ୟନ୍ତ ପାକକର୍ମ ଅନ୍ନଭୋଜନାଦି ସହ ଦେବନୀତି ନିଷେଧ ହେବ । ଏହି ସମୟ ମଧ୍ୟରେ ବୃଦ୍ଧ ବାଳକ ରୋଗୀମାନଙ୍କ ପକ୍ଷେ ନିୟମ ଲଂଘନୀୟ ହୋଇପାରେ । କୌଣସି ଗର୍ଭିଣୀ ଉକ୍ତ ସମୟରେ ସୂର୍ଯ୍ୟୋପରାଗକୁ ନଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀ ବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍ । ଏଣୁ ସୋମବାର ୨୪ତାରିଖ ରାତ୍ରି ୪ଟା ୫୮ମିନିଟ୍ ପୂର୍ବରୁ ପାକକର୍ମ ଅନ୍ନଭୋଜନଦି ସହ ଦେବନୀତି ସାରିବାକୁ ହେବ ।
ଅକ୍ଟୋବର ୨୪ତାରିଖ ମଙ୍ଗଳବାର ଅମାବାସ୍ୟା ତିଥି ସଂଧ୍ୟା ୫ଟା ୨୭ମିନିଟ ଠାରୁ ଭୋଗ ହେଉଥିବାରୁ, ୨୪ ତାରିଖରେ ଶ୍ରୀଶ୍ୟାମାକାଳୀ ପୂଜା, ଦୀପାବଳୀ, ପୟାଶ୍ରାଦ୍ଧ ପାଳନ କରାଯିବ । ଏଥିସହିତ ଅମାବାସ୍ୟାର ଶ୍ରାଦ୍ଧ ୨୫ତାରିଖ ବୁଧବାରରେ ଆମଦ୍ରବ୍ୟ(ଶୁଷ୍କ ଦ୍ରବ୍ୟ)ରେ କିମ୍ବା ସୁବର୍ଣ୍ଣରେ ଶ୍ରାଦ୍ଧ କରାଯିବ

ଭାରତ ତଥା ଓଡିଶାରେ ସୂର୍ଯ୍ୟାସ୍ତ ବେଳକୁ ସର୍ବମୋକ୍ଷ ହୋଇନଥିବାରୁ ତା ୨୬. ୧୦. ୨୨ ବୁଧବାର ସୂର୍ଯ୍ୟୋଦୟ ପରେ ସ୍ନାନାଦି କର୍ମ ଦେବପୂଜା ନୀତି କରାଯାଇ ଭୋଜନାଦି କରାଯିବ । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତ ବ୍ୟତୀତ ୟୁରୋପ ମଧ୍ୟଏସୀୟ ପଶ୍ଚିମ ଏସୀୟ ଉତ୍ତରପୂର୍ବ ଆଫ୍ରିକୀୟ ଦେଶମାନଙ୍କରେ ଦୃଶ୍ୟ ହେବ ।
ପୂର୍ବରୁ ୧୯୯୯ ମସିହା ଅଗଷ୍ଟ ୧୧ତାରିଖରେ ଓଡିଶାରେ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ସଂଘଟିତ ହୋଇଥିଲା । ଏହାର କିଛି ମାସ ମଧ୍ୟରେ ମହାବାତ୍ୟା ସଂଘଟିତ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁନଶ୍ଚ ନଭେମ୍ବର ୮ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ଏକ ପକ୍ଷେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଘଟିତ ହେବା ରାଜ୍ୟ ତଥା ଦେଶ ପାଇଁ ଶୁଭପ୍ରଦ ନୁହେଁ ।

ସୂଚନାଯୋଗ୍ୟ ପୁନଶ୍ଚ କାର୍ତ୍ତିକ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ୨୦୫୯ ମସିହା ନବେମ୍ବର ୫ତାରିଖରେ ସଂଘଟିତ ହେବ । ପରବର୍ତ୍ତି ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ୨୦୩୪ ମସିହା ମାର୍ଚ୍ଚ ୨୦ତାରିଖ ସୋମବାର ଚୈତ୍ର ଅମାବାସ୍ୟାରେ ସଂଘଟିତ ହେବ ।
ଉପରୋକ୍ତ ସୂର୍ଯଗ୍ରହଣ ଦର୍ଶନେ ତାରାଶୁଦ୍ଧି – ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିଙ୍କ ପକ୍ଷେ ସୂର୍ଯ୍ୟ ଗ୍ରହଣ ଦର୍ଶନେ ଶୁଭପ୍ରଦ ।
ଉପରୋକ୍ତ ସୂର୍ଯଗ୍ରହଣ ଦର୍ଶନେ ତାରାଶୁଦ୍ଧି- ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫଃ ଚିତ୍ରା ବିଶାଖା ଅନୁରାଧ ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ନକ୍ଷତ୍ରଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ |

ସୂର୍ଯ୍ୟୋପରାଗ କାର୍ତ୍ତିକ ଅମାବାସ୍ୟା ଯୋଗୁ ଶ୍ରୀକ୍ଷେତ୍ର ମହୋଦଧିରେ ବିନ୍ଦୁ ସାଗର ପ୍ରଭୃତି ପବିତ୍ର ତୀର୍ଥ ସ୍ଥାନ ବୈତରଣୀ ପ୍ରଭୃତିରେ ସ୍ନାନ ଏବଂ ଶ୍ରେଷ୍ଠ ତୀର୍ଥ କୁରୁକ୍ଷେତ୍ର ପୁଷ୍କର ତୀର୍ଥଠାରେ ସୂର୍ଯ୍ୟୋପରାଗ ସ୍ନାନ ଦାନ ପିଣ୍ଡଦାନରେ ଅକ୍ଷୟ ପୁଣ୍ୟଫଳ ଲାଭ । ଅଶକ୍ତପକ୍ଷେ ପ୍ରତ୍ୟେକ ପୁଷ୍କରିଣୀ ନଦୀ ତଥା କୂପ ଜଳ ମଧ୍ୟରେ ସ୍ନାନାଦି କରାଯାଇପାରିବ |

Leave a Reply

Your email address will not be published. Required fields are marked *