ସୁରାଟ ରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଜଣେ ଦାଦନ ଶ୍ରମିକ

ଫୋକସ ପ୍ଲସ ୧୨/୬/୨୨(ବେଗୁନିଆପଡା): ଭଲ ରୋଜଗାର କରିବି ଆଉ ନିଜ ପରିବାର କୁ ସୁଖରେ ରଖିବି ଏଭଳି ଭାବି ଅନେକ ଲୋକ ପରିସ୍ଥିତି ରେ ପଡି ଅନ୍ୟ ରାଜ୍ୟକୁ ଯାଆନ୍ତି । ହେଲେ ବିଧିର ବିଧାନ କିଛି ଅଲଗା କରିନିଏ । ଏଇ ଯେମିତି ବେଗୁନିଆପୋଡା ବ୍ଲକ ର ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ରାହାଡ଼ା ଗ୍ରାମର 24 ବର୍ଷୀୟ ନାରାୟଣ ସ୍ଵାଇଁ। ନିଜ ପରିବାର ଗୁଜୁରାଣ ମେଣ୍ଟେଇବା ପାଇଁ ଦାଦନ ଖଟିବା କୁ ଯାଇଥିଲେ ସୁଦୁର ସୁରାଟ କୁ। ହେଲେ ଗତ 3 ଦିନତଳେ ସେ କିଂମ ଅଞ୍ଚଳରେ କାମ ସାରି ଘରକୁ ଫେରିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ସେ ଗୁରୁତର ଭାବରେ ସେଠାରେ ପଡି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ମେଡ଼ିକାଲ କୁ ନେଇ ଯାଇଥିଲେ । ଏପଟେ ଘର ଲୋକ ନାରାୟଣ ର ଏପରି ଅବସ୍ଥା ଜାଣିବା ପରେ ଏବେ ପୁରା ଚିନ୍ତାରେ । କାରଣ ରୋଜଗାରିଆ ପୁଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ତେଣୁ ନାରାୟଣ ର ଚିକିତ୍ସା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି, ଓଡ଼ିଶାର ସରକାର ସହଯୋଗ ପ୍ରଦାନ କଲେ ତାଙ୍କ ପୁଅ ବଂଚି ପାରିବ ବୋଲି ସେ ବ୍ୟାକୁଳ ନିବେଦନ କରିଛନ୍ତି।

ବେଗୁନିଆପଡା ରୁ ଦେବାଶିଷ ମହାରଣା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *