ଫୋକସ ପ୍ଲସ (ଯାଜପୁର)୨୭/୦୬/୨୦୨୨: ଯାଜପୁର ଡୁବୁରୀ ବନାଞ୍ଚଳ ଅନ୍ତର୍ଗତ ଶାଳୀଜଙ୍ଗା ପଂଚାୟତର ଶାସନ ଗାଁରେ ପୂର୍ଵ ଦିନ ଭଳି ଗତ କାଲି ୯ସମୟ ରାତ୍ରି ରେ ତିନୋଟି ଭାଲୁ ଗାଁ ଭିତରକୁ ପଶି ଆସିଥିଲେ ସେଥିମଧ୍ୟରୁ ଗୋଟିଏ ମା ଭାଲୁ ଓ ଦୁଇଟି ଛୁଆ ଭାଲୁ ଗାଁ ରେ ପଶି ବୁଲୁଥିଲା ବେଳେ ରାତ୍ରି ୯ଟା ସମୟରେ ବଳରାମ ଦାସଙ୍କ ଏକ ତାର ବୀଡରେ ଫଶିଯାଇଥିବା ଦେଖି ସ୍ଥାନୀୟ ଲୋକ ସଙ୍ଗେ ଡୁବୁରୀ ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ। ବନ ବିଭାଗ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଡୁବୁରୀ ବନପାଳ ଲଷ୍ମୀଧର ନାୟକ ଓ ପୁରା ସଦଲ ବଳ ଦଳ ସେଠାରେ ପହଞ୍ଚି ପ୍ରାୟ ୧ଘଣ୍ଟା ପରିଶ୍ରମ କରି ସୁରଖିତ ଉପାୟରେ ଭାଲୁକୁ ସେଠାରୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡିଥିବାର ଦେଖବାକୁ ମିଳଥିଲା।ଦେଖିବାକୁ ବାକି ରହିଲା ଆଗକୁ ଏହି ଭାଲୁକୁ ଜନବସତି ଆଡକୁ ଆସିବେ କି ନାହିଁ।କାରଣଗାଁ ଭିତରେ ଭାଲୁ ପଶୁଥିବାରୁ ଗାଁ ରେ ଭୟ ର ବାତାବରଣ ଦେଖିବାକୁ ମିଳୁଥିବା ବେଳେ ଡୁବୁରୀ ବନ ବିଭାଗ ଗ୍ରାମବାସୀ ଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି। ଦେଖିବାକୁ ବାକି ରହିଲା।
ସୁକିନ୍ଦା ଦାନଗଦି ରୁ ପଦ୍ମନାଭ ପହି ଫୋକସ ପ୍ଲସ।