ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ଫୋକସ ପ୍ଲସ(ବାଲିଆପାଳ)୨୧/୦୮/୨୦୨୨:  ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC। ଗାଲୁଡିହ ଗ୍ୟାରେଜ୍‌ରେ ଖୋଲିଲା ୧୪ ଗେଟ୍‌। ବାଲେଶ୍ୱର ଜିଲ୍ଲାକୁ ଆସିଛି ଦୁଇଟି ଏନଡିଆଏଫ ଟିମ୍। ଅଧିକ ପ୍ରଭାବିତ ହୋଇପାରେ ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର |ସୁବର୍ଣ୍ଣରେଖା ନଦୀରେ ଆସିପାରେ ବଡ ଧରଣର ବନ୍ୟା ପରିସ୍ଥିତି | ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି SRC| ଝାଡ଼ଖଣ୍ଡ ଛାଡ଼ିଛି ସାଡେ ତିନି ଲକ୍ଷ କ୍ୟୁଷେକ ଜଳ |ଗାଲୁଡ଼ିହି ବ୍ୟାରେଜରେ 14 ଟି ଗେଟ ଝାଡ଼ଖଣ୍ଡ ଖୁଲିଲା ବୋଲି ସୂଚନା ଅଛି | ପ୍ରତି ସେକେଣ୍ଡ ରେ ସାଡେ ତିନି ଲକ୍ଷ ଘନ ଫୁଟ ଜଳ ନିଷ୍କାସନ ହେବ ଏଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି | ଦୁଇ ଏନଡିଆରଏଫ, ଦୁଇ ଓଡ୍ରାଫ ଟିମ ବାଲେଶ୍ୱର ରୁ ଆସିଛି | ଆସନ୍ତା କାଲି ସୁବର୍ଣ୍ଣରେଖା ନଦୀରେ ହେବାକୁ ଥିବା ବଡ ଧରଣର ବନ୍ୟା କୁ ଦୁଷ୍ଟିରେ ସମସ୍ତ ଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଛି ଆସନ୍ତାକାଲି ଦିନ ଦୁଇଟା ତଳିଆ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଉଚ୍ଚା ଜାଗା ଯଥା ସ୍କୁଲ, ଅଙ୍ଗନବାଡି ବା ବାତ୍ୟା ଆଶ୍ରୟସ୍ଥଳୀ ବା ଉଚ୍ଚ ଜାଗାକୁ ଯିବାପାଇଁ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଜନସାଧାରଣକୁ ସୁରକ୍ଷା ଦେବାପାଇଁ ସମୁଦ୍ର କୁଳିଆ ପଞ୍ଚାୟତ ସରପଞ୍ଚ ଙ୍କୁ ସୂଚନା ଦେବା ସହିତ ଫୋନ ମଧ୍ୟ କରିଛନ୍ତି |

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *