ସୁପରହିଟ୍ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର. ରେହମାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।

ନୂଆଦିଲ୍ଲୀ: ସୁପରହିଟ୍ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର. ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ୍ ବିଗିଡିଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏ.ଆର.ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚେନ୍ନାଇରେ ତାଙ୍କ ଘରେ ରହୁଥିବା ଏ.ଆର. ରେହମାନ ଛାତିରେ ଯନ୍ତ୍ରଣା ହେଉଥିବା କହିବା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଇସିଜି ଏବଂ ଇକୋକାର୍ଡିଓଗ୍ରାମ ଭଳି ପରୀକ୍ଷା କରାଯାଉଛି। ରବିବାର ସକାଳେ ଏ.ଆର. ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତର ଦଳ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି |

Leave a Reply

Your email address will not be published. Required fields are marked *