ସୁଖ , ସମୃଦ୍ଧି ଓ ସୌଭାଗ୍ୟ ଆଣି ଆସେ ଅକ୍ଷୟ ତୃତୀୟା

ଫୋକସ ପ୍ଲସ 23/4/23 (ବ୍ୟୁରୋ): ଅକ୍ଷୟତୃତୀୟା ଅନୂକୁଳର ସର୍ବ ଶ୍ରେଷ୍ଠ ପର୍ବ | ବଇଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ତିଥିକୁ ଅକ୍ଷୟତୃତୀୟା କୁହାଯାଏ | ସୁଖ,ସମୃଦ୍ଧି ଓ ଶୋଭାଗୀୟ ସହିତ ବହୁଳ ଭାବରେ ଜଡିତ ଏହି ତିଥି ଟି | ବିଶେଷ କରି ଓଡ଼ିଶାରେ ଏହି ଦିନଟିର ବିଶେଷତ ରହିଛି | ଓଡିଶା କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ସରକାରୀ ସ୍ତରରେ ଆଜିର ଦିନକୁ କୃଷକ ଦିବସ ବୋଲି କୁହାଯାଇଥାଏ | ଏହି ଦିନରେ କୃଷକ ମାନେ ଚାଷ କାମ ଆରମ୍ଭ କରନ୍ତି | ଆଖିମୁଠି ନେଇ ଜମିରେ ଧାନ ବୁଣା କାମ ଆରମ୍ଭ କରିଥାଏ | ଏହି ଦିନ ମଧ୍ୟ ମା ଲକ୍ଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଇଥାଏ | ଏହି ଦିନଠାରୁ ହିନ୍ଦୁ ଜଗତର ଆରାଧ୍ୟ ଦେବତା ଶ୍ରୀ ଜଗନାଥଙ୍କ ର ଗୁଣ୍ଡିଚା ଯାତ୍ରା ପାଇଁ ରଥ ତିଆରି ଆରମ୍ଭ ହୁଏ | ମହାପ୍ରଭୁ ଙ୍କ ଶ୍ରୀ ଚନ୍ଦନ ଯାତ୍ରା ମଧ୍ୟ ଏହି ଦିନଠାରୁ ଆରମ୍ଭ ହୁଅ | ପିଲା ମାନଙ୍କ ର ମଙ୍ଗଳକାମନା କରି ଏହି ଦିନ ସଠିଜୀଉଛେଇ ପୂଜା କରାଯାଏ |ମୁଖ୍ୟତଃ ଗୃହିଣୀ ମାନେ ଘର କୁ ଲିପା ପୋଛା କରିବା ସହ ଚିତା ପକାଇ ସଜାଇଥାନ୍ତି | ହଳଦୀ ,ଚନ୍ଦନ ,ସିନ୍ଦୁର ଲଗାଇ ଧାନ ,ବିହନ ପୂର୍ଣ୍ଣ ଟୋକେଇ କୁ ପାଟବସ୍ତ୍ର ରେ ସଜାଇଦିଅନ୍ତି | ସେହିପରି ଲଙ୍ଗଳକୁ ମଧ୍ୟ ଝୋଟିର ସଜାଏ ଦିଆଯାଇଥାଏ | ଆଜିର ଦିନରେ ଦାନ କଲେ ମହାପୁଣିୟ ମିଳେ ବୋଲି ଲୋକକଥାରେ କୁହାଯାଇଛି |

Leave a Reply

Your email address will not be published. Required fields are marked *