ଯାଜପୁର; ସୁକିନ୍ଦା ଗଡ଼ ରେ ଆରମ୍ଭ ହୋଇଛି ମହାପ୍ରଭୁ ଙ୍କ ଦାରୁ ଛେଦନ ପ୍ରକ୍ରିୟା. ନୂଆ ବର୍ଷ ରେ ଭକ୍ତ ମାନେ ନୂଆ ଠାକୁର ଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ,କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ର ମା ସୁଭଦ୍ରା ଙ୍କ ବାଡ଼ଗ୍ରାହୀ ଆସି ସୁକିନ୍ଦା ଗଡ଼ ର ଶହ ଶହ ବର୍ଷ ର ବହୁ ପୁରାତନ ଜଗନାଥ ମନ୍ଦିର ର ବିଗ୍ରହ ପରିବର୍ତ୍ତନ ପାଇଁ ସୁକିନ୍ଦା ଡାକ ବଙ୍ଗଳା ରେ ଥିବା ଦାରୁ ଗଛ କୁ ଚିହ୍ନଟ କରିଥିଲେ, ପରେ ପୁରୀ ଶ୍ରୀମନ୍ଦିର ରୁ ନିର୍ଦ୍ଧେଶ ଆସିବା ପରେ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଏହି ଦାରୁ ଛେଦନ ପ୍ରକ୍ରିୟା ଚାଲିବ,ଦାରୁ ଛେଦନ ଶହ ନୂତନ ମୂର୍ତ୍ତି ନିର୍ମାଣ ପାଇଁ ପୁରୀ ରୁ ଆସିଛନ୍ତି ମୂଖ୍ୟ ମହାରଣା, ଏହି ପରିପ୍ରେକ୍ଷୀ ରେ ସୁକିନ୍ଦା ଅଞ୍ଚଳ ରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଆମିଷ ଏବଂ ମଦ୍ୟପାନ ବାରଣ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ତରଫ ରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି,ବଡଦାଣ୍ଡ ଙ୍କୁ ମଧ୍ୟ ସଜା ଯାଇଛି.ଆଜି ସକାଳୁ ସୁକିନ୍ଦା ଗଡ଼ ର ରାଜା ସାହେବ ଶ୍ରୀ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଙ୍କ ସମେତ 21 ଜଣ ମହିଳା କଳସ ଶୋଭାଯାତ୍ରା ରେ ବାହାରି ଦାରୁ ଗଛ ନିକଟ ରେ ପହଂଚିଥିଲେ, ନାମ ସଂକୀର୍ତନ ସାଙ୍ଗ କୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯାଇଛି.ଏଥିରେ ମନ୍ତ୍ରୀ ପ୍ରୀତିରଞ୍ଜଳ ଘଡାଇ ଯୋଗଦେଇ ଦାରୁ ଦର୍ଶନ କରିଥିଲେ।ଏହି କାର୍ଯ୍ୟ କୁ ସମ୍ପୂର୍ଣ ତଦାରଖ କରୁଛନ୍ତି ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ଏହି ଦାରୁଛେଦନ କାର୍ଯ୍ୟକ୍ରମ ରେ ସୁକିନ୍ଦା ସମେତ ଆଖପାଖ ଅଞ୍ଚଳ ର ଶହ ଶହ ଜଗନ୍ନାଥ ପ୍ରେମୀ ଭକ୍ତ ଉପସ୍ଥିତ ଥିବା ବେଳେ ସାରା ସୁକିନ୍ଦା ଅଞ୍ଚଳ ରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି
