ପିଓକେରେ ଭାରତୀୟ ସେନାର ରାତି ଅଧିଆ ବିମାନ ଆକ୍ରମଣର କିଛି ଘଣ୍ଟା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଓ ମୁଖ୍ୟ ସଚିବ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଶାହ କହିଛନ୍ତି, ଭାରତ ଓ ଭାରତର ନାଗରିକଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ ହେଲେ ଭାରତ ଏହାର କଡ଼ା ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଜ୍ଞା କରିଥିଲେ। ଆଜି ଏହି ପ୍ରତିଜ୍ଞା ପୂରଣ କରିବାକୁ ଯାଇ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ପହଲଗାମରେ ହୋଇଥିବା ବର୍ବର ଆକ୍ରମଣର ଜବାବ ଦେଇଛି। ‘ଅପରେସନ୍ ସିନ୍ଦୂର’ ସଫଳ ହେବାପରେ ଶାହ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଏବଂ ମୁଖ୍ୟ ସଚିବମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି। ସମସ୍ତ ରାଜ୍ୟ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୀମାନ୍ତ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର।
