ସିସିଟିଭି ଧରେଇ ଦେଲା ଚୋରି

ଫୋକସ ପ୍ଲସ(ଚୌଦ୍ୱାର)୨୪/୦୮/୨୦୨୨: ଔଷଧ ଦୋକାନ ଡ୍ରରୁ ଚୋରିକରି ଧରା ପଡିଲେ ଜଣେ ଅଭିଯୁକ୍ତ। ଜଗତପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ସେ ହେଲେ କଟକ ଜିଲ୍ଲା ବେଣ୍ଟକାର ଥାନା ଅଧିନ ଝରକଟା ଗ୍ରାମର ରାକେଶ ଦାସ(୨୯)।ପୋଲିସ ସୂଚନା ମୁତାବକ,ରାକେଶ ଦୁଇ ବର୍ଷ ହେବ ଜଗତପୁର ବଜ଼ାର ସ୍ଥିତ ଏକ ଔଷଧ ଦୋକାନରେ ବିକ୍ରେତା ଭାବେ କାର୍ଯ୍ୟ କରି ଆସୁଥିଲେ । ମାଲିକ ଦୋକାନ ନ ଥିବା ସମୟରେ କୌଶଳକ୍ରମେ ଦୋକାନ ଡ୍ରରୁ ଟଙ୍କା ଚୋରି କରିନିଏ । ଶନିବାର ଅପରାହ୍ନରେ ଦୋକାନପାଇଁ ଅର୍ଡର କରିଥିବା କିଛି ଔଷଧ ଆସି ପହଂଚିଥିଲା । ଉକ୍ତ ଔଷଧର ବିଲ ପେମେଣ୍ଟ ପାଇଁ ମାଲିକ ଡ୍ରରୁ ଟଙ୍କା କାଢି ଗଣିବାରୁ ସେ ଅନୁଭବ କରିଥିଲେ କିଛି ଟଙ୍କା ସଟେଜ ଅଛି ।ପରେ ତାଙ୍କର ସନ୍ଦେହ ହେବାରୁ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ଜାଣି ପାରିଥିଲେ କି ସେ ରଖିଥିବା ଏକ ପାଞ୍ଚ ସହ ଟଙ୍କାର ବିଡା (୩୬ହଜାର ୫୦୦)) ଡ୍ରରେ ନାହିଁ । ସେ ଦେଖିଥିଲେ କି ଦୋକାନର ବିକ୍ରେତା ରାକେଶ ଉକ୍ତ ଟଙ୍କା ବିଡା ଚୋରି କରିନେଇଛି । ଏ ନେଇ ଦୋକାନ ମାଲିକ ଥାନାରେ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ୩୪୮/୨୨)ରୁଜୁ କରିବା ସହ ରାକେଶକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *