ଫୋକସ ପ୍ଲସ 21/11/22 (ଠାକୁରମୁଣ୍ଡା ):୫୩ ନମ୍ବର ରାଜ୍ୟ ରାଜପଥର ସୁନାରୀପୋଷି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ ଉପରେ ଚଢିଗୋଲା ସିମେଣ୍ଟ ଵୋଝେଇ ଟ୍ରକ ଜଣେ ମୃତ୍ୟୁ ଜଣେ ଗୁରୁତର । ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତାର ସୁନାରୀପୋଷି ନିକଟରୁ । ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ମୋଟର ସାଇକେଲକୁ ଧକ୍କାଦେଇ ବାଇକ ଉପରେ ଚଢ଼ିଯିବା ପରେ ଟ୍ରକଟି ଓଲଟି ପଡିବା ଫଳରେ ବାଇକ ଆରହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଡି ହେଳ୍ପର ଆହତ ହଇଥିବା ସୂଚନା l ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଯୁବକ ଜଣକ ବହ୍ମ୍ରପୁର ମେଡିକାଲ କଲେଜ ୪ର୍ଥ ବର୍ଷ ଛାତ୍ର I ଘର କେନ୍ଦୁଝର ଜିଲ୍ଲା ସାହାପଡା ବ୍ଲକ ବାଇକଳା ଗାଁ ର ସୁରେଶ ଚନ୍ଦ୍ର ସେନାପତି ଙ୍କ ପୁଅ ବେଦ ମୋହନ ସେନାପତି (୨୬) ବୋଲି ଜଣାପଡିଛି l ଟ୍ରକଟି ପ୍ରଥମେ କେନ୍ଦୁମୁଣ୍ଡି – ଅସନବଣୀ ଘାଟିରେ ଠାକୁରମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ମୋଟର ସାଇକେଲରେ ଆସୁଥିବା ବେଳେ ଧକ୍କା ଦେଇଥିଲା l ସେମାନେ ଏଥିରେ ଆହତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶଯେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଣ୍ଡଳ ସ୍ତ୍ରୀ ଓ ଝିଅ ସହ ମୋଟର ସାଇକେଲ ଯୋଗେ କରଞ୍ଜିଆରୁ ଠାକୁରମୁଣ୍ଡା ଆସୁଥିଲେ l ସନ୍ଧ୍ୟା ସମୟରେ କେନ୍ଦୁମୁଣ୍ଡି ଘାଟି ନିକଟରେ ସିମେଣ୍ଟ ବୋଝେଇଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଖସିଆସୁଥିବା ବେଳେ ସୁନାରିପୋଷୀ ନିକଟରେ ଆଉ ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ବାଇକଉପରେ ଓଲଟି ପଡିଛି l ସିମେଣ୍ଟ ବୋଝେଇ ଟ୍ରକ ନଂ (JH06 H 0510) ଝିଙ୍କପାଣିରୁ ଆସୁଥିବା ଜଣାପଡିଛି l ବାଇକଟି ଟ୍ରକ ତଳେ ଚାପି ହୋଇ ରହିଥିବା ଜଣାପଡିଛି l ମୃତ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ମୃତ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଟ୍ରକଚକା ମାଡିଯଇଥିବା ଯୋଗୁଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା l ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପରକୁ ଗାଡି ଭିତରୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ହେଲପରର ହାତ ଚିରି ଯାଇଥିବା ଏବଂ ମୁଣ୍ଡ ଫାଟିଥିବା ଜଣାପଡିଛି l ଘଟଣା ସ୍ଥଳରେ ଠାକୁରମୁଣ୍ଡାପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
