ଭୁବନେଶ୍ୱର, (ଖବର, ଫୋକସ ପ୍ଲସ ): ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁ ଖୋଲିଛନ୍ତି । ଚିଠି ଲେଖୁବାରେ ବିଶ୍ଵାସ କରେ ନାହିଁ । ଦିଲ୍ଲୀରେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଳୁ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛି ଓ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି । ଆଜି ନୂଆଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି ଯେ, ଆଳୁ ସମସ୍ୟା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସହ ଆଲୋଚନାବେଳେ ଦୁଇ ରାଜ୍ୟର ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । ପରିସ୍ଥିତି ସ୍ଵାଭାବିକ ହେବା ଆରମ୍ଭ କରିଛି
। ଖୁବଶୀଘ୍ର ସମାଧାନ ହେବ । ସେହିପରି ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ
କହିଛନ୍ତି ଯେ, ନୀତି ଆୟୋଗ ବୈଠକରେ ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ
ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛି । ପୋଲାଭରମ ଉପରେ ଆମର ଯାହାସବୁ ଦାବି ରହିଛି ସେକଥା ଦୋହରାଇଥିଲୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଛି ଓ ନାଇଡୁ ମଧ୍ୟ ଏଥିରେ ରାଜି ଅଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି । ସେହିପରି ନୀତି ଆୟୋଗ ବୈଠକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶାର ବିକାଶ ପାଇଁ ଯାହାସବୁ ଗୁରୁତ୍ଵପୂର୍ଣ୍ଣ ସେ ଦାବି ଉପସ୍ଥାପନ କରିଛି । ୨୦୩୬ ମସିହା ପାଇଁ ଆସନ୍ତା ୧୨ବର୍ଷ ମଧ୍ୟରୁ ପ୍ରଥମ ୫ବର୍ଷ ଆମ ପାଇଁ ଗୁରୁଦାୟିତ୍ଵ ରହିଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ଓଡ଼ିଶା ପ୍ରଥମ ଗୁରୁତ୍ଵ ବହନ କରୁଛି । ଡବଲ ଇଞ୍ଜିନର ଯେଉଁ ବଗି କଥା
Bage-001
କୁହାଯାଉଛି, ସେଥିରେ ଓଡ଼ିଶା ହେବ ପ୍ରଥମ ବଗି । ଓଡ଼ିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ଵ ଦେଉଛନ୍ତି । ତେଣୁ ନୀତି ଆୟୋଗ ବୈଠକରେ ଯେଉଁଯୁକ୍ତ ପୁସ୍କାନ୍ତ-ଆୟାଇ୧-୦୦ ସେଗୁଡ଼ିକ କାର୍ଯ୍ୟକାରୀ ହେବ ଓ ଆଗାମୀ ୫ବର୍ଷ 2024 ମଧ୍ୟରେ ଓଡ଼ିଶାରେ ନିଶ୍ଚିତ ବିରାଟ ପରିବର୍ତ୍ତନ ଆସିବ । ଓଡ଼ିଶାର ବିକାଶ ପାଇଁ ୪୮୦ କିମି ବେଳାଭୂମିର ବିକାଶ, ବନ୍ଦରଭିଭିକ ଶିଳ୍ପ, ପର୍ଯ୍ୟଟନର ବିକାଶ, ଆଇଟି କ୍ଷେତ୍ରରେ ବିକାଶ, ଜନଜାତିମାନଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଆଜି ନୂଆଦିଲ୍ଲୀରୁ ଫେରିବା ପରେ
ବିମାନ ବନ୍ଦରରେ ଶ୍ରୀ ମାଝୀଙ୍କୁ ବିଜେପି ବିଧାୟକମାନେ ସ୍ଵାଗତ କରିଥିଲେ ।
ସିଧା ସଳଖ ଆଲୋଚନାରେ ବିଶ୍ୱାସ କରେ :ମୁଖ୍ୟମନ୍ତ୍ରୀ
