ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨ : ଏକ ସିଂହୀଙ୍କର ପ୍ରାଥମିକ ଦାଇତ୍ୱ ହେଉଛି ତା’ର ଛୁଆମାନଙ୍କୁ ଶିକାର କରି ଖାଦ୍ୟ ଦେବା ଏବଂ ସେମାଙ୍କର ଯତ୍ନ ନେବା | ତଥାପି, ପଶୁରାଜ୍ୟରେ ବେଳେବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳେ | ଜଣେ ଫଟୋଗ୍ରାଫର ନିଜେ ଫଟୋ ଉଠାଉଥିବା ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ପାଇଥିଲେ |ସିଂହୀଟି ଶିକାର ପାଇଁ ଏକ ଛୋଟ ବାଛୁରୀ ନିକଟକୁ ଆସୁଛି, ଯେତେବେଳେ ସିଂହୀ ଶିକାର କରିବାକୁ ଯାଇ ଏକ ଛୋଟ ବାଛୁରୀ ସାମ୍ନାକୁ ଆସିଲା, ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ କିଛି ଅଜବ ମୂହୁର୍ତ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ… ସୁଯୋଗ ଆସିବା ମାତ୍ରେ ସିଂହମାନେ ଶିକାରକୁ ହାତଛଡା କରନ୍ତି ନାହିଁ |
କିନ୍ତୁ ଏହି ସିଂହୀ ମନରେ ଆଉ କିଛି ଥିଲା |ସାଧାରଣତଃ ଆପଣ ଏହା ବିଶ୍ୱାସ କରିବେ ଯେ, ଏକ ସିଂହୀ ବାଛୁରୀକୁ ପାଇଲେ ତାର ଶିକାର ନିଶ୍ଚୟ କରିବ, ଏହା ସ୍ୱାଭାବିକ କଥା ମଧ୍ୟ | ସିଂହକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶିକାରୀ ଭାବରେ ବିବେଚନା କରାଯାଇଛି |ଶିକାର କରିବା ହେଉଛି ତାର ଧର୍ମ | ସେ ବିଭିର୍ନ ପଶୁକୁ ଶିକାର କରି ନିଜର ଖାଦ୍ୟ ଭାବରେ ଗ୍ରହଣ କରିଥାଏ | ଅନ୍ୟପକ୍ଷରେ, ଯେତେବେଳେ ଏହି ଦୁଇ ଜଣ ସଂସ୍ପର୍ଶରେ ଆସିଲା ପରେ ଯାହା ଘଟିଲା , ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ନିଶ୍ଚିତ ଅଟେ | ସିଂହିଟି ଛୋଟ ବାଛୁରୀ ର ଶିକାର କରିବା ବଦଳରେ ତାକୁ ନିକଟରେ ପାଇ ହିଂସ୍ରତ୍ମକ ଭାବନାକୁ ଭୁଲି ଯାଇଛି, ଆଉ ଅଜାଡି ଦେଇଛି ତା ଉପରେ ମାର ମମତାକୁ |ପଶୁଟିଏ ହେଲେବି ବୁଝି ପାରିଛି ମାଆ ର ସ୍ନେହ ମମତାକୁ | ଆଉ ଭୁଲି ଯାଇଛି ନିଜ ଶିକାର କରିବା ଧର୍ମ କୁ କୋଳେଇ ନେଇଛି ଛୋଟ ବାଛୁରୀ ଶାବକ ଟିକୁ |ସିଂହୀଟି ବାଛୁରୀ ଶାବକକୁ ଗେଲ କରୁଥିବାର ଦୃଶ୍ୟ କୁ କ୍ୟାମେରାରେ କାୟେଦ ଫଟୋଗ୍ରାଫର ଜଣକ |
ସିଂହ ମୁହଁରେ ବିଚରା ବାଛୁରୀ
