ଫୋକସ ପ୍ଲସ(ସିନାପାଲି)୨୫/୦୮/୨୦୨୨: ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ଅନ୍ତର୍ଗତ ଟିମନପୁର ଗ୍ରାମରେ ରହନ୍ତି ମତିରାମ ଅଗ୍ରୱ।ଳ ପୁଅ ୬୩ ବର୍ଷ ଓ ଶାନ୍ତି ଅଗ୍ରୱାଲ ମାଆ ୯୫ ବର୍ଷ ।ଦୁହେଁ ଦୁହିଁଙ୍କ ଅସହାୟ।ମାଆ ବାଦ୍ଦକ୍ୟ ଅବସ୍ଥା ଯୋଗୁଁ ସମ୍ପୂର୍ଣ୍ଣ ଅକ୍ଷମ ଓ ପୁଅ ଦିବ୍ୟାଙ୍ଗ ହେତୁ ସମ୍ପୂର୍ଣ୍ଣ ଅକ୍ଷମ ।। ଏହି ମାଆ ପୁଅ ପାଇଁ ସରକାରୀ ଯୋଜନା କହିଲେ ମାଆର ବାଦ୍ଦକ୍ୟ ଭତ୍ତା ଓ ୫ କିଗ୍ରା ଚାଉଳ ଗୃହହିନ ଭୂମିହୀନ ମାଆ ପୁଅ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି।ମାଆର ବାଦ୍ଦକ୍ୟ ଅବସ୍ଥା ଯୋଗୁଁ ଅଣ୍ଟା ସଳଖି ଚାଲି ପାରନ୍ତି ନାହିଁ।ଏପରି ଅବସ୍ଥାରେ ମଧ୍ୟ ଗାଁ ଦାଣ୍ଡରେ ଭିକ୍ଷା ବୃତ୍ତି କରି ପେଟ ପୋଷନ୍ତି।ଏହି ସମସ୍ୟା କିଛି ଦିନ ତଲେ ଆମ ଖବରକାଗଜରେ ପ୍ରକାଶ ପାଇଥିଲା।ଆଜି ମଙ୍ଗଳବାର ପୁଅ ମୋତିରାମ ଅଗ୍ରୱାଲ ଙ୍କୁ ସରକାରଙ୍କ ତରଫ ରୁ ଏକ ତିନି ଚକିଆ ସାଇକେଲ ପ୍ରଦାନ କରିଛନ୍ତି।ଗୋଷ୍ଠିଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ପରାମର୍ଶ କ୍ରମେ ଉକ୍ତ ସାଇକେଲ ସ୍ଥାନୀୟ ଉପାଧ୍ୟକ୍ଷା ମୀନା ଘିଭେଲା ଉପସ୍ଥିତ ରହି ପ୍ରଦାନ କରିଥିବା ବେଳେ ଟିମନପୁର ସରପଞ୍ଚ ଵୈକୁଣ୍ଠ ଦଣ୍ଡସେନା, ମାରୱ।ଡି ୟୁବାମଞ୍ଚ ସମ୍ପାଦକ ଅମିତ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ।ସାଇକେଲ ପାଇ ବେଶ ଖୁସି ଅନୁଭବ କରି ଅଗ୍ରୱାଲ ଭତ୍ତା, ଆବାସ ଯୋଜନା ଓ ରେସନ କାର୍ଡ ଯୋଗାଇ ଦେବାକୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।
