କଟକ: ଗତ ମାସ ତିରିଶ ତାରିଖ ସନ୍ଧ୍ୟା ସମୟ ରେ ଦୁର୍ବୃତ ମାନେ ଏକ ଦୋକାନ ଘର କୁ ଭାଙ୍ଗି ଧୂଳିସାତ କରିବା ସହିତ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନଷ୍ଟ କରିଦେବା ଦେଖା ଦେଇଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଅଧୀନ କରଞ୍ଜି ପଞ୍ଚାୟତ ହରିପୁର ଠାରେ। କରଞ୍ଜି ପଞ୍ଚାୟତ ରେ ଅନେକ ଲୋକ ସରକାରୀ ଜାଗାକୁ ଜବର୍ ଦଖଲ ରଖିଥିବାବେଳେ ମନୋଜ ଙ୍କ ଜାଗାକୁ ଲାଗି ରହିଥିବ ସରକାରୀ ଜାଗାରେ ମନୋଜ ଦୋକାନ ଘରଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ହଟାତ୍ କରଞ୍ଜି ପଞ୍ଚାୟତ ର ସରପଞ୍ଚ ମହେଶ୍ୱର ମହନ୍ତ ମନୋଜ ଙ୍କୁ କହିଥିଲେ ଯଦି ଏହି ଜାଗାକୁ ରଖିବୁ ତେବେ ଟଙ୍କା ପାଞ୍ଚ ଲକ୍ଷ ଦେବୁ ବିଧାୟକ କହିଛନ୍ତି। ମହେଶ୍ୱର ମହନ୍ତ ଙ୍କୁ ମନୋଜ ଟଙ୍କା ନ ଦେବାରୁ ମହେଶ୍ୱର ମହନ୍ତ ଓ ତାଙ୍କ ସହଯୋଗୀ ମାନେ ମନୋଜ କରିଥିବା ଦୋକାନ କୁ ଭାଙ୍ଗିବା ସହିତ ମନୋଜ ଙ୍କ ପତ୍ନୀ ଙ୍କୁ ଦୁର୍ବ୍ୟବହାର କରିଥିଲେ। ଅଳଂକାର ସମେତ କିଛି ନଗଦ ଅର୍ଥ ଲୁଟିନେଇଥିଲେ ଏବଂ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲେ। କହିଥିଲେ ବିଧାୟକ ଆମର ଥାନା ଆମର। ଏ ନେଇ ମନୋଜ ଙ୍କ ପତ୍ନୀ ଗୌରୀ ସ୍ବାଇଁ ନ୍ୟାୟ ପାଇଁ ଚୌଦ୍ୱାର ଥାନର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ନ୍ୟାୟ ମିଳିଲା ନାହିଁ। ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଅପରାଧୀ ମାନେ କାହା ଅଢୁଆଳ ରେ ଖୁଲମ୍ ଖୋଲା ବୁଲୁଛନ୍ତି। କମିଶନରେଟ ପୋଲିସ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୋଗ ହେବାର ଦୁଇ ସପ୍ତାହ ବିତିଯାଇଥିଲେ ସୁଧା ପୋଲିସ ନୀରବ କାହିଁକି। ଅପରାଧୀ ଙ୍କୁ ଧରିବାରେ ଚୌଦ୍ୱାର ପୋଲିସ ପଛଘୁଞ୍ଚା ଦେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଚାପ ରେ ଚୌଦ୍ୱାର ପୋଲିସ। ତେବେ ଆଗକୁ ଏହା ଦେଖିବାକୁ ବାକି ରହିଲା ନିରୀହ ଦମ୍ପତି ଙ୍କୁ କେବେ ନ୍ୟାୟ ଦେବ ଚୌଦ୍ୱାର ପୋଲିସ।
