ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୩୦/୦୬/୨୦୨୨: କେନ୍ଦ୍ରାପଡ଼ା ଭଣ୍ଡ ସାରଥୀ ଙ୍କ ପରେ ଭଣ୍ଡ ମାତା ସାରଳା | ନିଜକୁ ମା ସାରଳା ବୋଲାଉଥିବା ଏହି ଭଣ୍ଡ ମାତା ସୋନାଲି ମଲ୍ଲିକ ମା ସାରଳା ଙ୍କ ପୀଠ ଝଙ୍କଡ଼ ପରେ ଦ୍ୱତୀୟ ସାରଳା କ୍ଷେତ୍ର ହେବ ଡେରାବିଶ ବ୍ଲକ ହରିଅଙ୍କ ଓ ସେ ନିଜେ ସାରଳା ସାଜି ପାଇବେ ପୂଜା |ଏକଥା ର ଭବିଷ୍ୟବାଣୀ କରିଛନ୍ତି ସୋନାଲି |ହରିଅଙ୍କ ଗ୍ରାମ କୁ ଦ୍ୱିତୀୟ କନକ ପୁରୀ କରିବେ ବୋଲି କହୁଛନ୍ତି |ପବିତ୍ର ଗଙ୍ଗା ପାଣି ଓ ଫୁଲ କୁ ନିଜ ଗୋଡ଼ରେ ଥୋଇ ହିନ୍ଦୁ ଧର୍ମ ର ଭାବାବେଗ ସହ ଖେଳୁଛନ୍ତି | ତେବେ ସ୍ଥାନୀୟ ବାସିନ୍ଦା ମାନେ ସୋନାଲି ମଲ୍ଲିକ ଙ୍କ ଭଣ୍ଡାମୀ ର ପ୍ରକୋପ ରେ ଉତକ୍ଷିପ୍ତ ହୋଇ ପୋଲିସ ନିକଟ ରେ କରିଛନ୍ତି ଅଭିଯୋଗ |ବିଗତ ଦିନରେ କେନ୍ଦ୍ରାପଡ଼ା ଡେରାବିଶ ବାରିମୂଳ ଗ୍ରାମ ରେ ଭଣ୍ଡ ସାରଥୀ ସାରଥୀ ନିଜକୁ ଭଗବାନ ବୋଲାଇ ଲୋକଙ୍କୁ ଠକି ବିଭିନ୍ନ କେଳେଙ୍କାରୀ କରି ଶେଷରେ ଆଇନ ର ଜାଲରେ ଛନ୍ଦି ହୋଇ ଜେଲ ଯାଇଥିଲେ ଓ କେନ୍ଦ୍ରାପଡ଼ା ଅଞ୍ଚଳ କୁ ବଦନାମ କରିଥିଲେ |ପୁଣି କିଛି ବର୍ଷପରେ ଡେରାବିଶ ବ୍ଲକ ହରିଅଙ୍କ ଅଞ୍ଚଳ ରେ ନିଜକୁ ମା ସାରଳା ଠାକୁରାଣୀ ବୋଲାଉଥିବା ଜନେକ ମହିଳା ସୋନାଲି ମଲ୍ଲିକ(ସ୍ୱାମୀ:- ଶକ୍ତି ମଲ୍ଲିକ) ନିଜ ଆସ୍ଥାନ ଜମାଇଛନ୍ତି |ନିଜ ନାବାଳକ ପୁଅ,ପରିବାର ବର୍ଗ ଓ କିଛି ସମ୍ପର୍କୀୟ ଙ୍କୁ ନେଇ ଚଳାଇ ଛନ୍ତି ଭଣ୍ଡାମୀ.କିଛି ଦିନ ତଳେ ଶ୍ରୀକ୍ଷେତ୍ର ପୁରୀ କୁ ଯାଇ ଜଗନ୍ନାଥ ଙ୍କୁ କୁଣ୍ଢେଇବେ ବୋଲି କହି ଚର୍ଚ୍ଚା କୁ ଆସିବା ପରେ ସେ ଏବେ ନିଜକୁ ଠାକୁରାଣୀ ବୋଲଇ ଅନେକ ସରଳ ନିରୀହ ଲୋକ ଙ୍କ ଭାବାବେଗ ସହ ଖେଳି ରୋଗ ଭଲ କରିବା ଓ କଷ୍ଟ ଦୂର କରିବା ନା ରେ ତାଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି ସୋନାଲି | ଏଥି ସହ ହରିଅଙ୍କ ଅଞ୍ଚଳ ରେ ଏକ ଆସ୍ଥାନ କରି ସେଠାରେ ବିଭିନ ଦେବା ଦେବି ଙ୍କ ମୂର୍ତ୍ତି ରଖି ସୋନାଲି ନିଜେ ଦେବା ଦେବି ଙ୍କ ମୂର୍ତ୍ତି ଉପରେ ହିଁ ବସି ନିଜ୍ଜୁ ଜୀବନ୍ତ ଠାକୁରାଣୀ ବୋଲି ଲୋକ ଙ୍କୁ କହୁଛନ୍ତି |ତାଙ୍କ ର କିଛି ଭକ୍ତ ମାନେ ସୋନାଲିଙ୍କ ଗୋଡ଼କୁ ଗଙ୍ଗା ପାଣି ରେ ଧୋଉଥିବା ଓ ଗୋଡ଼ ଉପରେ ସାରଳା ଓ ମଙ୍ଗଳା ଙ୍କ ମୁଣ୍ଡ ରେ ଲାଗି ଫୁଲ କୁ ଆଣି ଥୋଉଥିବା ଦେଖିବାକୁ ମିଳିଛି |ଯାହାକି ହିନ୍ଦୁ ଧର୍ମ ର ଭାବାବେଗ କୁ କୁଠାର ଆଘାତ ସଦୃଶ ବୋଲି ଲୋକେ ଅଭିଯୋଗ କରିଛନ୍ତି | ବିଗତ ଦଶ ମାସ ହେବ ସୋନାଲି ମଲ୍ଲିକ ଙ୍କ ଏହି ଭlଣ୍ଡାମୀ ଜାରି ରହିଥିବା ବେଳେ ଶେଷରେ ସ୍ଥାନୀୟ ଲୋକ ମାନେ ଅସନ୍ତୁଷ୍ଟ ହୋଇ ଚାନ୍ଦୋଳ ଫାଣ୍ଡି ରେ ସୋନାଲି ମଲ୍ଲିକ ଙ୍କ ନାମ ରେ ଚାନ୍ଦୋଳ ଫାଣ୍ଡି ରେ ଦୁଇ ଟି ଏତଲା କରିଛନ୍ତି |ସ୍ଥାନୀୟ ଲୋକ ମାନେ ତାଙ୍କ ର ଏହି ଅସହ୍ୟ ଭlଣ୍ଡାମୀ ଓ ଠକାମୀ କୁ ଘୋର ବିରୋଧ କରିଛନ୍ତି |କିନ୍ତୁ ସୋନାଲି ଙ୍କ ପ୍ରତିକ୍ରିୟା ନେବା ବେଳେ ସେ ନିଜକୁ ମା ସାରଳା କହିଥିବା ବେଳେ ଏହି ହରିଅଙ୍କ ଗ୍ରାମ କୁ ସେ ଦ୍ୱତୀୟ କନକ ପୁରୀ କରିବେ ଓ ସାରଳା କ୍ଷେତ୍ର ରେ ପରିଣତ କରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ |
