ଫୋକସ ପ୍ଲସ (ଢେଙ୍କାନାଳ) ୦୨/୦୭/୨୦୨୨:ବୃକ୍ଷ ହିଁ ଜୀବନ, ବିନା ଗଛରେ ସୃଷ୍ଟି ବଞ୍ଚିରହିବା ଅସମ୍ଭବ I ଆଜିର ପୃଥିବୀର ଉଷ୍ମତା କେବଳ ଜଙ୍ଗଲ ନଷ୍ଟ ହେଉଛି ମୁଖ୍ୟ କାରଣ, ତେଣୁ ପରିବେଶ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମଠ, ମନ୍ଦିର ଏବଂ ରାସ୍ତା ପାର୍ଶ୍ଵରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି I ଆଜି ସଙ୍ଘ ତରଫରୁ ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ଅଁଳା କଟା ପ୍ରାଥମିକ ବିଦ୍ୟାଳୟରେ ଆଜି ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଗଛ ଆମର ଜୀବନ ଏବଂ ଜଙ୍ଗଳର ଉପକାରିତା ବିଷୟରେ ସଙ୍ଘ ସଭାପତି ଧବଳ ପ୍ରସାଦ ସାହୁ ବୁଝାଇଥିଲେ I
