ଅଫିସ ଖୋଲି ଦେଇ ମଦ ଭାଟିରେ ମଦ ପିଉଥିବା ଖବର ବାଜିବାରୁ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଏ ଉତ୍ପାତ ରେଞ୍ଜରଙ୍କୁ ଚିହ୍ନି ରଖନ୍ତୁ ଢେଙ୍କାନାଳବାସୀ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜର ହରେଶ ଚନ୍ଦ୍ର କିସାନ ନିଜ ହିତାହତ ଜ୍ଞାନ ହରେଇ ବସି ମାରାତ୍ମକ ଭୁଲ କରିବାକୁ ବରଦାସ୍ତ କରିବ ନାହିଁ ଫୋକସ ପ୍ଲସ । ରେଞ୍ଜର ହରେଶଙ୍କ ନାଁ ରେ ସ୍ଥାନୀୟ ଲୋକ ଅନେକ ଅଭିଯୋଗ ଆଣିବା ପରେ ଫୋକସ ପ୍ଲସ କଙ୍କଡାହାଡ଼ ପ୍ରତିନିଧି ପ୍ରବୀଣ ନାଏକ ବାରମ୍ବାର ଖବର ପ୍ରସାରଣ ସହ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ପରେ ରକ୍ତଟାଉଳ ଚୋବାଉ ଥିଲେ ରେଞ୍ଜର । ରେଞ୍ଜର
ଅନେକ କାଠ ମାଫିଆ ଓ ବାରହା ଶିକାରୀଙ୍କୁ ଆଜି ମଦ ଓ ଭୋଜି ଦେଇ ଫୋକସ ପ୍ଲସ ସାମ୍ବାଦିକ ପ୍ରବୀଣ ନାଏକଙ୍କୁ ଅଫିସ ଭିତରେ ଠେଙ୍ଗା ଧରି ପିଟିବା ଭିଡିଓ ଏବେ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଯେତେବେଳେ ଗଛ ଲଗାଇବା ଟଙ୍କା ଗିଳି ଦେଇ ସବୁ ଅର୍ଥ ଆତ୍ମସାତ କରିଛନ୍ତି ରେଞ୍ଜର, ଏ ଖବର ବାଜିବାରୁ ଏବେ ପୁରା ଗୁଣ୍ଡାରାଜ ନୀତି ଆପଣେଇ ଫୋକସ ପ୍ଲସକୁ ଡ଼ରେଇବା ପାଇଁ ଚେଷ୍ଟା କରିଛି ରେଞ୍ଜର ହରେଶ କିସାନ । ଆଗକୁ ଦେଖିବାକୁ ବାକି ରହିଲା ଫୋକସ ପ୍ଲସ ସହ ପଙ୍ଗା ନେବା ଆଉ ପ୍ରତିନିଧୁଙ୍କୁ ଆକ୍ରମଣ କରିଥିବା ରେଞ୍ଜରଙ୍କ ବିରୁଦ୍ଧରେ କଣ ଆକ୍ସନ ନେଉଛନ୍ତି ଡ଼ିଏଫଓ ଓ ଥାନା ଅଧିକାରୀ ।
ସାମ୍ବାଦିକ କୁ ଆକ୍ରମଣ କରିଥିବା ରେଞ୍ଜର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?
