ସାମ୍ବାଦିକଙ୍କ ସାହସ ପାଇଁ ବଞ୍ଚିଲା ବୃଷଭ ଜୀବନ

ଫୋକସ ପ୍ଲସ (କୋରାପୁଟ)୦୩/୦୭/୨୦୨୨: କୁହାଯାଏ ବୃଷଭ ମହାଦେବ ଙ୍କ ବାହନ | ହେଲେ ଆଜିର ଏହି ସମାଜରେ ଏମାନଙ୍କ ଜୀବନ ନେବାକୁ ବି ପଛାଉ ନାହାନ୍ତି କିଛି ନର ରାକ୍ଷସ | କ୍ଷଣିକରେ ଚାଲିଯାଉଛି କଂସେଇ ହାତରେ ଏମାନଙ୍କ ଜୀବନ |ଗାଈ ଗୋରୁଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଏ |କିନ୍ତୁ ଆଖି ଆଗରେ ଗୋରୁ ଚାଲାଣ ଦୃଶ୍ୟ ଦେଖୁଥିଲେ ମଧ୍ୟ ଅମାନବିକ ମଣିଷ ଏମାନଙ୍କ ଜୀବନ ବଞ୍ଚାଇବାକୁ ଟିକେବି ଚେଷ୍ଟା କରେନି | ହେଲେ ଆଜି ଏମିତି ଜଣେ ସହୃଦୟ ବ୍ୟକ୍ତିଙ୍କ ପାଇଁ ବଞ୍ଚି ଯାଇଛି ଗୋଟେ ନିରୀହ ପଶୁର ଜୀବନ | ଷଣ୍ଢ ଚାଲାଣ ହେଉଥିବା ଖବର ପାଇ ଶିବ ପ୍ରସାଦ ରଥ ନାମକ ଜଣେ ସାମ୍ବାଦିକ ଷଣ୍ଢ ଚାଲାଣ ହେଉଥିବା ଗାଡ଼ିଟିକୁ ଦିଗପହଣ୍ଡି ନିକଟରେ ଅଟକାଇବା ପାଇଁ ଚେଷ୍ଟା କରିଥିବା ବେଳେ ଗାଡି ଟି ଅଟକିବା ପରିବର୍ତ୍ତେ ଦୃତ ବେଗରେ ସେଠୁ ଛୁ ମାରିଥିଲା | ସାମ୍ବାଦିକ ଜଣକ ସାହସର ସହିତ ଏକ ମଟର ସାଇକେଲ ଯୋଗେ ଗାଡିଟିର ପିଛା କରିଥିଲେ | ଶେଷରେ ଅନଙ୍ଗପୂର ଗ୍ରାମ ନିକଟରେ ଗାଡିକୁ ଅଟକାଇବାରେ ସଫଳ ହୋଇଥିଲେ | ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କୁ ଖବର ଦିଆଗଲା। ଥାନାର IIC ବାବୁ ଘଟଣାସ୍ଥଳକୁ ଏକ ମୋଟସାଇକେଲ ରେ ଜଣେ ଇନ୍ସପେକ୍ଟର ଙ୍କୁ ପଠାଇଲେ | ତେବେ ଷଣ୍ଢଟିକୁ ଅତି ନିର୍ଦୟ ଭାବରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ଫଳରେ ତାର ଗୋଡ଼ରେ ଗଭୀର ଆଘାତ ଲାଗିଛି | ଷଣ୍ଢ କୁ ଉଦ୍ଧାର କରି ସେଇଠାରେ ହିଁ ଛାଡି ଦିଆଯାଇଥିଲା | ଗାଡ଼ିଟିକୁ ଜବତ କରି ପୋଲିସ ଗାଡିଚାଳକୁ ଗିରଫ କରି ଅଧିକ ପଚାର ଉଚରା ଜାରି ରଖିଛି | ଏହା ପଛରେ ଏକ ବଡ ରାକେଟ କର୍ଯ୍ୟ କରୁଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି |ଦେଖାଯାଉ ଆଇନ୍ ଏମାନଙ୍କ ବିରୋଧ ରେ କଣ ପଦକ୍ଷେପ ନେଉଛି |

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫାକସ ପ୍ଲସ |

 

 

Leave a Reply

Your email address will not be published. Required fields are marked *