ସାଧାରଣ ଜନତାଙ୍କ ପ୍ରତି ଷ୍ଟେଟବ୍ୟାଙ୍କ ର ଅତ୍ୟାଚାର

ଫୋକସ ପ୍ଲସ ୩/୬/୨୨(କୁତ୍ରା): ସୁନ୍ଦରଗଡ ଜିଲ୍ଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ରହିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା। ତେବେ ଏହି ଶାଖାରେ ସାଧାରଣ ଗ୍ରାହକଙ୍କୁ ହଇରାଣ ହରକତ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି।୧୬ଟି ପଞ୍ଚାୟତକୁ ନେଇ ଗଠିତ ଏହି କୁତ୍ରା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏଠାକାର ଲୋକେ ପୁରା ନିରୀହ,ନିଷ୍କପଟ ଏହାର ସୁଯୋଗ ନେଇ ବ୍ୟାଙ୍କ କର୍ମଚାରୀ ମାନେ ଲୋକଙ୍କୁ ବହୁଳ ମାତ୍ରାରେ ହଇରାଣ କରୁଥିବା କହୁଛନ୍ତି ବ୍ୟାଙ୍କ କାମରେ ଆସୁଥିବା ନିରୀହ ଆଦିବାସୀ ଲୋକେ । ୨୦ ରୁ ୨୫ କିଲୋମିଟର ଦୂର ଦୁରାନ୍ତରୁ ଲୋକେ ବ୍ୟାଙ୍କକୁ ବିଭିନ୍ନ ପ୍ରକାର କାମ ନେଇ ଆସିଥାନ୍ତି ।ଯଥା ପଇସା ଜମା କରିବା,ଉଠାଇବା,ଋଣ କାମ,ପାସବୁକ ଅପଡେଟ କରିବା। କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ହାଇରାଣ ଯୋଗୁଁ କିଛି ଲୋକ ଫେରିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ବ୍ୟାଙ୍କ ପକ୍ଷରୁ ପ୍ରତେକ ଦିନ ମାତ୍ର ୩୦ଟି ଟୋକନର ବ୍ୟବସ୍ତା ରହିଛି। ୩୦ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ଲୋକ ମାନେ ଘରକୁ ଫେରି ଯିବା ପାଇଁ ବାଧ୍ୟ ହେଉଛନ୍ତି। ଟୋକନ ପାଇବା ପାଇଁ ଲୋକେ ସକାଳ ୮ଟାରୁ ଇଟା,ପଥର ଲଗାଇ ନମ୍ବର ଲଗାଉଥିବା ନଜର ଦେଖିବାକୁ ମିଳୁଛି।ସାମାନ୍ୟ ପାସବୁକ ଅପଡେଟ କରିବା ପାଇଁ ଲୋକଙ୍କୁ ମାସମାସ ଧରି ବ୍ୟାଙ୍କକୁ ଦୌଡିବାକୁ ପଡୁଛି । ଟୋକନ ବ୍ୟବସ୍ଥା ଥିବାରୁ ଜଣକ ପରେ ଜଣକୁ ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଥିବା ବେଳେ ଅନ୍ୟ ଲୋକମାନେ ଖରାରେ ଶିଝୁଛନ୍ତି। ଜଣେ ପ୍ରବେଶ କରିବା ପରେ ମୁଖ୍ୟ ଗେଟକୁ ତାଲା ପକେଇ ଦେଉଛନ୍ତି। ଅବଶ୍ୟ ବ୍ୟାଙ୍କ ପକ୍ଷରୁ ବାହାରେ ଏକ ତମ୍ବୁର ବ୍ୟବସ୍ଥା କରାଯାଇଛି କିନ୍ତୁ ତାହା କୌଣସି କାମକୁ ନୁହଁ । ସେଥି ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡା ହେବା ପାଇଁ ବାଧ୍ୟ ହେଉଛନ୍ତି। ଲୋକଙ୍କ ବସିବା ପାଇଁ କିମ୍ବା ପାଣି ପିଵାର କୌଣସି ବ୍ୟବସ୍ଥା ନାହିଁ । ଟୋକନ ବ୍ୟବସ୍ଥା ଉଠେଇ ସମସ୍ତଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଲେ ଲୋକେ ଆରାମରେ ନିଜ କାମ ସାରି ଘରକୁ ଫେରି ପାରନ୍ତେ । କୁତ୍ରା ବ୍ଲକରେ ୩ ଟି ଷ୍ଟେଟବ୍ୟାଙ୍କ ସାଖା ରହିଛି । ଗୋଟେ ପଞ୍ଚରା,ବିରିଙ୍ଗାଟୋଲି ଏବଂ କୁତ୍ରା ତେବେ କୁତ୍ରା ଶାଖାକୁ ଛାଡ଼ିଦେଲେ ଅନ୍ୟ ଦୁଇଟି ଶାଖାରେ ଏମିତି ଲୋକଙ୍କୁ ହଇରାଣ କରାଯାଉନଥିବା ଦେଖିବାକୁ ମିଳିଛି। ଲୋକେ ପ୍ରତିବାଦ କଲେ ସିକ୍ୟୁରିଟି ଠାରୁ ଆରମ୍ଭ କରି ଅନ୍ୟ ବ୍ୟାଙ୍କ କର୍ମଚାରୀ ମାନେ ଲୋକଙ୍କୁ ନାଲିଆଖି ଦେଖାଇବା ସହିତ ଗାଳିଗୁଲଜ କରୁଥିବା ଲୋକେ ଗଣ ମଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଏଣୁ ଏଥିପ୍ରତି କୁତ୍ରା ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ନଚେତ ବ୍ୟାଙ୍କ ତାଲା ପକେଇବେ ବୋଲି ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *