ସାତ ଦଫା ଦାବି ନେଇ କିଶୋର ନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ l

ଆଜି ସାତ ଦଫା ଦାବି ନେଇ କିଶୋର ନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ l ଆଜି କିଶୋରନଗର ବ୍ଲକରେ ଜନଶୁଣାଣୀ ଚାଲିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ରେ ବିକ୍ଷୋଭ କରିଥିଲେ lଅଂଚଳ ବାସି l କିଶୋରନଗର ପଞ୍ଚାୟତ ସମିତି ଅଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆଜି କିଶୋରନଗର ବନ୍ଦ କରାଯାଇଛି l ସାତ ଦଫା ଦାବି ନେଇ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି ଅଞ୍ଚଳ ବାସି l ସକାଳ ରୁ ସନ୍ଧ୍ୟା,6 ଘଟିକା ପର୍ଯ୍ୟନ୍ତ ସବୁ ବନ୍ଦ ରହିବ ବୋଲି କିଶୋର ନଗର ବାସି ଙ୍କ ତରଫରୁ ସୂଚନା ମିଳିଛି l ମୁଖ୍ୟ ଦାବି ଗୁଡିକ ହେଲା ସାମ୍ବାଦିକ ଙ୍କୁ ଆକ୍ରମଣ ନିକଟ ଅଂଚଳ ବାସି ପାଖରୁ ଟୋଲ ଟିକସ ଆଦାୟ କୁ ବିରଧ, ବେପୁରୁଆ ଗାଡିଚାଳନା , ମଦ୍ୟପ ଙ୍କ ପ୍ରାଦୁର୍ଭାବ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଇତ୍ୟାଦି ଦାବି କୁ ନେଇ ଅଂଚଳ ବାସି କିଶୋର ନଗର ବ୍ଲକ ଅଫିସ ରେ ବିକ୍ଷୋଭ କରୁଛନ୍ତି l ଯଦି ଦାବି ପୂରଣ କରlନଯାଏ ତାହାଲେ ପୁନର୍ବାର ବଡ ଧରଣ ର ଆନ୍ଦୋଳନ କରାଯିବ ବୋଲି ଅଂଚଳ ବାସି ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *