ସାତ ଜନ୍ମ ର ସାଥି ହେବାକୁ କଥାଦେଇ କଥା ରଖିଲାନି ସାଥି

ଫୋକସ ପ୍ଲସ ୪/୬/୨୨(ଆଠମଲ୍ଲିକ): ହୋମ ନିଆଁ କୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ କଥା ଦେଇ କଥା ରଖିଲାନି ପତ୍ନୀ I ବାହାଘର ପରେ ସେହି ସତ ଜନ୍ମର ସ୍ୱାମୀକୁ ଛାଡି ସ୍ତ୍ରୀ ଫେରାର, ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଅକ୍ଷମ୍ବସରମୁଣ୍ଡା ପଂଚାୟତ ଅଧୀନ ତାଳମଳିଜା ଗ୍ରାମରେ Iବାହାଘର ର ୫ ଦିନ ପରେ ସ୍ବାମୀ କୁ ଛାଡି ସ୍ତ୍ରୀ ଫେରାର ହେବା ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଘଟଣା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବାପରେ ଝିଅକୁ ନେଇଥିବା ଯୁବକ ଭୟରେ ଝିଅକୁ ଫେରାଇ ଆଣି ଝିଅ ଘରେ ଛାଡ଼ି ଦେଇଛି । ଘଟଣାର ସମାଧାନ ପାଇଁ ଜାତିସମାଜ ର ପୁଞ୍ଜ ପ୍ରଗଣା ରେ ମଧ୍ୟ ଅଭିଯୋଗ କରିଛନ୍ତି ହେଲେ ଜାତି ସମାଜର ଏକପାଖିଆ ନୀତିଯୋଗୁଁ ପୁଅ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛି । ଝିଅ ନିଜକୁ ରକ୍ଷାପାଇବା ପାଇଁ ଶାଶୁ ଶ୍ୱଶୁର ସ୍ୱାମୀଙ୍କ ନାମରେ ନିର୍ଯ୍ୟାତନା ଦେବା ନେଇ ଠାକୁରଗଡ଼ ଥାନା ରେ ଏକ ମିଥ୍ୟl ମାମଲା ରୁଜୁ କରିଛି। କିନ୍ତୁ ଲାଞ୍ଚ ଖାଇ ଠାକୁରଗଡ଼ ଥାନା ପୂର୍ବ ଅଭିଯୋଗ କୁ ଭୁଲି ବିନା ତଦନ୍ତ ରେ ଝିଅର କେସ କୁ ଭିତି କରି ବାପା ମାଆ ଓ ପୁଅକୁ ଗିରଫ କରି କୋଟ ଚାଲାଣକରିବା ଘଟଣା ବର୍ତମାନ ଆଲୋଚନା ର ବିଷୟ ବସ୍ତୁ ପାଲଟିଛି I ପୋଲିସ ତlଲମଳିହl ଗ୍ରାମକୁ ବାରମ୍ବାର ଦୌଡ଼ିବା ପରେ ଭୟରେ ବାପା ମାଆ ଓ ପୁଅ ମିଶି ୭୫ ଦିନ କାଳ ଘରଦ୍ୱାର ଛାଡି ଜୀବନ ବିକଳରେ ବାହାରେ ଲୁଚିଥିଲେ । ଦୀର୍ଘ ଦିନ ପରେ ହାଇକୋଟ ରୁ ବେଲେ ଆସିବା ପରେ ବାପା ମା ପୁଅ ଘରକୁ ଫେରିଲେ । ଘରକୁ ଆସିବାର ୨ଦିନ ପରେ ପୁନର୍ବାର ଉକ୍ତ ପରିବାର କୁ ଥାନାକୁ ଡାକି ଝିଅର ଜିନିଷ ପତ୍ର ଫେରାଇ ଦେବାକୁ ଧମକ ଦେଉଛନ୍ତି ।ଯୌତୁକ ଜିନିଷ ଫେରସ୍ତ ନକଲେ ପୁଣ କୋୖର୍ଟ କୁ ପଠାଇବାକୁ ଧମକ ଡାଉଛନ୍ତି ଉକ୍ତ ମହିଳା ଜଣକ I ଏହାର ନିରପେକ୍ଷ ତଦନ୍ତ କରି ଉଚିତ ନ୍ୟାୟ ପାଇବାକୁ ଗଣ ମାଧ୍ୟମ କୁ ନିବେଦନ କରିଛନ୍ତି ପୁଅ ଓ ତା ପରିବାର । ଝିଅକୁ ନେଇ ପଳାଇ ଯାଇଥିବା ପୁଅର ବାପା ପ୍ରଭାବ ଶାଳୀ ଥିବାରୁ ଜାତି ସମାଜର ପୁଞ୍ଜ ,ପ୍ରଗଣା କୁ ଓ ଥାନା ଅଧିକାରୀଙ୍କୁ ହାତବାରିସୀ କରି କେସ କୁ ଦୁର୍ବଳ କରିଦେଇ ନିରୀହ ଦୁର୍ବଳ ପୁଅ ପରିବାର ଉପରେ ଥାନା ଦାଉ ସାଧୁ ଥିବା କେକେ ଯଥାର୍ଥ ତାହା ଜଣାପଡିଛି ।

ଆଠମଲ୍ଲିକ ରୁ କରୁଣାକର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *