Breaking newsମୁଖ୍ୟ ଖବରରାଜ୍ୟ ସାଇକେଲ ଆରୋହୀଙ୍କୁ ମାଡିଦେଇ ପଲଟିଗଲା ଯାତ୍ରା ପାର୍ଟି ଟ୍ରକ:ଜଣେ ମୃତ ପାଞ୍ଚ ଗୁରୁତର thefocusplusFebruary 7, 2022 ଅଠର ନମ୍ବର ଜାତୀୟ ରାଜପଥର ଗଡଗଡିଆ ଛକ ନିକଟରେ ଦୃଘଟଣା ।OR – 01C 6595 ନମ୍ବର ବିଶିଷ୍ଟ ଏକ ଟ୍ରକ ଅମୃତ ମହଲ ନାମକ ଏକ ଯାତ୍ରା ପାର୍ଟିର ସରଞ୍ଜାମ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀକୁ ଧକ୍କାଦେଇ ରାଜପଥ ପାର୍ଶ୍ବକୁ ପାଲଟିଯାଇଥିଲା ।ସାଇକେଲ ଆରୋହୀ ଜଣଙ୍କ ଟ୍ରକତଳେ ଚାପିଯାଇଥିଲା । ଘଟଣାସ୍ଥଳରେ ବୌଶିଙ୍ଗା ପୋଲିସ ଓ ବେତନଟୀ ଅଗ୍ନିଶମ ବିଭାଗ ପହଞ୍ଚି କ୍ରେନ ସାହାର୍ଯ୍ୟରେ ଟ୍ରକତଳୁ ମୃତ ସାଇକେଲ ଆରୋହୀକୁ ଉଦ୍ଧାର କରିବା ସହ ଯାତ୍ରାପାର୍ଟିର ପାଞ୍ଚ ଜଣଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତକ ବୌଶିଙ୍ଗା ଥାନା ଅନ୍ତର୍ଗତ ବଗଲପୁର ଗ୍ରାମର ହରିମୋହନ ମର୍ମୁ ।ପାଞ୍ଚ ଗୁରୁତର ମଧ୍ୟରୁ ଦୁଇଜଣ ଲଙ୍ଗଳେଶ୍ବର ର ଗୋପିକୃଷ୍ଣ ମଣ୍ତଳ ଓ ତପନ କୁମାର ସାମନ୍ତରାୟ , ବାଲେଶ୍ବର ର ବିଶ୍ବଜିତ ଦାସ ,ଭଦ୍ରକର ଶିବସୁନ୍ଦର ଜେନା ଓ କେସଡିହାର ରାଉତ ପୂର୍ତ୍ତି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।ଦୃଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଛି ।ସୁଧାକର ଭୂୟାଁ ,ବେତନଟୀ ,ମୟୂରଭଞ୍ଜ
ରାମନବମୀ ରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି;ରେଳ ମନ୍ତ୍ରୀ କଲେ ଘୋଷଣା I ଫୋକସ ପ୍ଲସ 4/4 (ଅନୁଗୁଳ): ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି, ରେଳ ମନ୍ତ୍ରୀ କଲେ ଘୋଷଣା ,ଅନୁଗୁଳ ଓ ତାଳଚେର ଲୋକ ସହଜରେ କରି ପାରିବେ…
ଅକ୍ଟୋବର ପହିଲାରୁ ହେବ ୫ ବଡ ପରିବର୍ତ୍ତନ ସରି ସରି ଆସୁଛି ସେପ୍ଟେମ୍ବର ମାସ | ଅକ୍ଟୋବର ୨୦୨୪ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ନିୟମ । ଅକ୍ଟୋବର ୧ ରୁ ଦେଶରେ ଅନେକ…
ବୁଡୁ ପାତ୍ର ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ। ବ୍ରହ୍ମପୁର: 2017 ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇ ଛନ୍ତି କୋର୍ଟ। ସମସ୍ତ 8ଜଣ ଅଭିଯୁକ୍ତ ଙ୍କୁ…