ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପିତ

ଫୋକସ ପ୍ଲସ ୧୬/୬/୨୨(ରାଇକିଆ): ଠିକ ଆଜି ର ଦିନ 2 ବର୍ଷ ପୂର୍ବେ ଗତ 16 ଜୁନ 2020 ରେ ଗଲୱାନା ଘାଟିରେ 16 ବିହାର ରେଜିମେଣ୍ଟ ଯବାନ ସ୍ବର୍ଗତଃ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଥିଲେ ! ଆଜି ତାଙ୍କର ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଇକିଆ ତହସିଲଦାର ହରି ପ୍ରସାଦ ଭୋଇ, ରାଇକିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ,ଏକ୍ସ ଆର୍ମି କିଶୋର ନାୟକ, ପ୍ରଦୀପ ପ୍ରଧାନ,ସତ୍ୟ ନାରାୟଣ ପାତ୍ର,ଜୟାନନ୍ଦ ନାୟକ,ରାଇକିଆ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ସଂଯୋଜକ ସୁରଥ ନାୟକ, ଦେବିପ୍ରସାଦ ପଣ୍ଡା , ମିଖାଇଲ ନାୟକ , ପପୁ ପତି ଗୋରା ପଣ୍ଡା , ସାମନ୍ତ ଦିଗାଳ, ଉଦେଶନ ପ୍ରଧାନ ପ୍ରମୁଖ ତାଙ୍କ ଜନ୍ମିତ ଗ୍ରାମ ବିଅରପାଙ୍ଗା ଯାଇ ତାଙ୍କ ପରିବାରଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ ! ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ମାନ୍ୟବର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ହାତ ପାଣ୍ଠି ଦ୍ୱାରା ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା ଉକ୍ତ ପ୍ରତିମୂର୍ତ୍ତି କୁ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ ରିବନ କାଟି ଉନ୍ମୋଚନ କରି ଥିଲେ ଏବଂ ମାନ୍ୟବର ସାଂସଦ ଯେଉଁ ପ୍ରତିଶୃତି ଦେଇଥିଲେ ସେ ଆଜି ତାଙ୍କ କଥା ରଖି ଥିବାରୁ ସାମନ୍ତ ଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ! ଉପସ୍ଥିତ ଭଦ୍ର ବ୍ୟକ୍ତି ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଅମର ରହେ ନାରା ଦେଇ ସହିଦ ଙ୍କ ବୀରତ୍ୱ ବିଷୟରେ ନିଜ ନିଜ ଅଭିଭାଷଣ ରଖିଥିଲେ ! କନ୍ଧମାଳ ସାଂସଦ ଙ୍କ ଦ୍ୱାରା ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କୁ ପ୍ରଶଂସା କରି ବିଅରପାଙ୍ଗା ବାସୀ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |

ରାଇକିଆରୁ ଶ୍ୱେତ ଦିଗଲାଙ୍କ ରିପୋଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *