ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫ ହଜାର ଛୁଇଁପାରେ ଦର

ଫୋକସ ପ୍ଲସ 16/4/23(ବ୍ୟୁରୋ): ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫ ହଜାର ଛୁଇଁପାରେ ଦର
ଗତ ସପ୍ତାହକ ମଧ୍ୟରେ ସୁନା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଏବେ ୧୦ ଗ୍ରାମ ପିଛା ମୂଲ୍ୟରେ ୮୧୨ ଟଙ୍କା ବୃଦ୍ଧି ଘଟି ଏହା ୬୧ ହଜାର ଟଙ୍କା ଅତିକ୍ରମ କରିଛି।ଏହା ହେଉଛି ସୁନା ମୂଲ୍ୟ ବୃଦ୍ଧିର ସର୍ବକାଳୀନ ରେକର୍ଡ। ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ରହିଥିବା କୁହାଯାଇଛି।
ସୁନା ବ୍ୟତୀତ ରୁପା ମୂଲ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ରୁପା କିଲୋ ପିଛା ୪୧୦ ଟଙ୍କା ବୃଦ୍ଧି ପାଇ ଏହା ୭୭,୫୮୦ ଟଙ୍କା ଛୁଇଁଛି। ଆଗାମୀ ଦିନରେ ରୁପା କିଲୋ ପିଛା ମୂଲ୍ୟ ୯୦ ହଜାର ଟଙ୍କା ଅତିକ୍ରମ କରିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *