ଫୋକସ ପ୍ଲସ 23/11/22 (ରାଜନଗର ):ବାରଗାଁ ବଞ୍ଚାଅ ଅଭିଯାନ ସରକାର ଚାହିଁଲେ ବଞ୍ଚିବ ବାର ଗାଁ । କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତର ଇଷ୍ଟଦେବୀ ମା ମାଟିଆ ମଙ୍ଗଳା ପିଠ ବାର ଗୋଟି ଗାଁ ମଧ୍ୟରେ ଅବସ୍ଥିତ ଯଥା ମଙ୍ଗଳପୂର,ମାଟିଆ,ନୂଆଗାଁ,ଦକ୍ଷିଣଭେଡା,ଯେଉଁଳା,ଝାଡ଼କଟା,ଲୋକନାଥପ୍ରସାଦ,କୁସୁନପୂର,ଇଚ୍ଛାପୁର,ବେଢୁଆଁକୋଲା,ଢୋଲମରା,ଗୋପୀନାଥପୂର ବ୍ରାହ୍ମଣୀ ନଦୀର ଅନତି ଦୂରରେ ଅବସ୍ଥିତ ଥିଲା। ବ୍ରାହ୍ମଣୀ ନଦୀର ପ୍ରାଦୁର୍ଭାବରେ ମା ଙ୍କ ମନ୍ଦିର ସମେତ ବାର ଗୋଟି ଗ୍ରାମ ମଧ୍ୟରୁ ପ୍ରାୟ ଛଅ ଗୋଟି ଗ୍ରାମ I 1982ମସିହାରୁ ନଦୀ ଗର୍ଭରେ ଧୀରେ ଧୀରେ ଲୀନ ହୋଇ ଆସୁଥିବା ବେଳେ ଏବେ ବଳକା ଥିବା ଗ୍ରାମ ଗୁଡିକ ସୁରକ୍ଷା ଅଭାବରୁ ନଦୀ ଗର୍ଭରେ ଲିନ ହେବାକୁ ବସିଲାଣି I ଯାହାକୁ ନେଇ ଏବେ ଶଙ୍କଟରେ ବାର ଗାଁ ବାସୀ। ସେଥି ପାଇଁ ଅଭିରାମ ରାଉଳ ଓ ହେମନ୍ତ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଅଞ୍ଚଳ ବାସିଙ୍କ ଉପସ୍ଥିତରେ ବାରଗାଁ ବଞ୍ଚାଅ ଅଭିଯାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ବାର ଗାଁ ମା ମାଟିଆ ମଙ୍ଗଳା ଯୁବ ପରିଷଦର ସଦସ୍ୟଙ୍କ ସମେତ ସତାଧିକ ଅଞ୍ଚଳ ବାସି ଓ ବାରଗାଁ ବଞ୍ଚାଅ ଅଭିଯାନ କମିଟିର ବୟୋଜ୍ୟେଷ୍ଠ ମୁରବୀ ମାନେ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ 1982ମସିହା ଠାରୁ ଏପରି ନଦୀଗ୍ରାସ ହୋଇଆସୁଥିବା ନେଇ ତତ୍କାଳୀନ ମନ୍ତ୍ରୀ ନୀରଞ୍ଜନ ପଟ୍ଟନାୟକ,ବାସୁଦେବ ମହାପାତ୍ରଙ୍କ ସମୟରେ ସୁରକ୍ଷାର ବ୍ୟବସ୍ତା କରାଯାଇଥିଲେ ମଧ୍ୟ ସେତେଟା ଗୁରୁତର ସହ ହୋଇନଥିଲା । 2004ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆସିଥିବା ବେଳେ ମନ୍ତ୍ରୀ ନଳିନୀ କାନ୍ତ ମହାନ୍ତିଙ୍କ ଦ୍ବାରା ୮ କୋଟି ଟଙ୍କା ବ୍ୟରେ ପଥର ସ୍ପର କରାଗଲା ସତ I କିନ୍ତୁ ତାହା ନିମ୍ନମାନର ହୋଇଥିବାରୁ ପଥର ଖଣ୍ଡେ ମଧ୍ୟ ରହି ପାରିଲା ନାହିଁ। ଫଳରେ ପୂର୍ବପରି ଗ୍ରାମଗୁଡିକକୁ ନଦୀ ଗ୍ରାସକରିବା ସହ ଧନଜୀବନ ନଷ୍ଟ ହେବାକୁ ଯାଉଛି। ସେଥିପାଇଁ ଆମ ଗ୍ରାମ ତଥା ଭବିଷ୍ୟତରେ ଅନେକ ଗ୍ରାମ ନଦୀ ଗର୍ଭରେ ଲିନ ହେବା ପୂର୍ବରୁ ତାର ସୁରକ୍ଷା ନିମନ୍ତେ ବାରଗାଁ ବଞ୍ଚାଅ ଅଭିଯାନ ଟିକୁ ଜାରିରଖିବୁ। ସରକାର ଏଥିରେ ଯଦି କୌଣସି ସୁବ୍ୟବସ୍ତା ନ କରନ୍ତି ତେବେ ଆଗାମୀ ଦିନରେ ବାର ଗାଁ ବଞ୍ଚାଅ ଅଭିଯାନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣ ସାଧାରଣ ମତବ୍ୟକ୍ତ କରିଛନ୍ତି |
ସରକାର ଶୁଣନ୍ତୁ ବାର ଗାଁ ବାସୀଙ୍କ ଦୁଃଖ |
