ସରକାରୀ ସହାୟତାରୁ ବଞ୍ଚିତ ବିକଳାଙ୍ଗ ପରିବାର

ଫୋକସ ପ୍ଲସ ୧୦/୬/୨୨ (ବ୍ରମହାପୁର): ଓଳିଏ ଖାଇଲେ ଓଳିଏ ଉପାସ, ଏହିପରି ଏକ ଖବର ପାଇ ତାଙ୍କ ପାଖକୁ ପହଞ୍ଚି ରାସନ ସାମଗ୍ରୀ ଓ ଆର୍ଥିକ ସାହାଯ୍ୟ ସହଯୋଗ ର ହାତ ବଢାଇଛନ୍ତି ଭାରତୀୟ ମାନବାଧିକାର ପରିଷଦ |ନା ଅଛି  ନେଟୱର୍କ ସୁବିଧା ନା ଅଛି ସେ ଗାଁ କୁ ଯିବା ପାଇଁ ଖଣ୍ଡିଏ ଭଲ ରାସ୍ତା ଘାଟ ଜଙ୍ଗଲଘେରା ଭିତରେ ପଡେ, ବିକଳାଙ୍ଗ ପରିବାର ଙ୍କ ଘର ,ସେମାନଙ୍କୁ ସରକାରୀ ଯୋଜନା ମିଳୁଛି କହିଲେ କେବଳ  ପାଞ୍ଚ କିଲୋ ଲେଖାଏଁ ଚାଉଳ ଓ ଦିବ୍ୟାଙ୍ଗ ଭତ୍ତା ,ତା ବ୍ୟତୀତ ଅନ୍ୟ କୌଣସି ସରକାରୀ ଯୋଜନା ତାଙ୍କ ପାଖକୁ ପହଞ୍ଚି ପାରୁନାହିଁ |ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ର ପୁଟୁରୁପଡା ଗ୍ରାମର କୈଳାସ ରଇତଙ୍କ ଘର |କୈଳାସ ରଇତ ପରିବାର କହିଲେ ସ୍ତ୍ରୀ ଏବଂ ଚାରୋଟି ପୁଅ ,ପ୍ରଫୁଲ୍ଲ ରଇତ ବୟସ (୨୦)  ବଡନାଥ ରଇତ ବୟସ (୧୬) କ୍ଷୀରସିନ୍ଧୁ ରଇତ ,ବୟସ (୧୪)ସନୁ ରଇତ ବୟସ (୧୦) ଚାରୋଟି ପୁଅ |ବିକଳାଙ୍ଗ ହେଲେ ଏମାନଙ୍କ ପାଇଁ ନା ମିଳୁଛି ଅନ୍ତୋଦୟ ଓ ଅର୍ଣପୂର୍ଣା ଯୋଜନା ନା ମିଳିଛି ଆବାସ ଯୋଜନା , କୌଣସି ସୁବିଧା ମିଳିପାରୁ ନାହିଁ , ଏହିପରି ଏକ ଖବର କୁ ଅତି ଗୁରୁତ୍ୱ ଦେଇ ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି ଭାରତୀୟ ମାନବାଧିକାର ପରିଷଦ ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ , ଭାରତୀୟ ମାନବାଧିକାର ପରିଷଦର  ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ସାହୁ, ଜାତୀୟ ସଭାପତି ଜବାହରଲାଲ ଓଝା ,ଜାତୀୟ କାର୍ଯ୍ୟ ରତ ସଭାପତି ଦୁଖବନ୍ଧୁ ବିଶ୍ୱାଳ ଓ ଜିଲ୍ଲା ସଭାପତି ଆହ୍ୱାନ ନାୟକ  ପ୍ରଶାସନ ଙ୍କୁ ଅବଗତ କରିଛନ୍ତି |ସେହି ପରିବାର ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ଓ ବିକଳାଙ୍ଗ ଭତ୍ତା ରେ ଜଣକା ତିନି ହଜାର ଟଙ୍କା ଲେଖାଏଁ  ଦିବ୍ୟାଙ୍ଗ ଭତ୍ତା ,ଅନ୍ତୋଦୟ ଅର୍ଣପୂର୍ଣା ଯୋଜନା ଆବାସ ଯୋଜନାରେ ଘରଟିଏ ଏବଂ  ସ୍ୱଚ୍ଛ ଭାରତ ମିଶନ ରେ ଶୌଚାଳୟ  ପାଇଖାନା ଟିଏ ଦେବା ସହିତ, ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଅନ୍ତୁ ,ଏହା ଭାରତୀୟ ମାନବାଧିକାର ପରିଷଦ  ଦାବି କରିଛନ୍ତି , ଆଜି ଭାରତୀୟ ମାନବାଧିକାର ପରିଷଦ  ର  ସଦସ୍ୟ ଆହ୍ୱାନ ନାୟକ  ଓ  ଭାରତୀୟ ମାନବାଧିକାର ପରିଷଦ ଟିମ୍ ଯାଇକି ପହଂଚି ରାସନ ସାମଗ୍ରୀ ତଥା ଚାଉଳ ଚୁଡା ବିସ୍କୁଟ୍ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଭାରତୀୟ ମାନବାଧିକାର ପରିଷଦ ର ଏହିପରି କାର୍ଯ୍ୟ ଦେଖି ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି , ଦେଖିବାକୁ ବାକି ରହିଲା ଏହି ପରିବାର କୁ ସରକାରୀ ଯୋଜନା କେବେ ମିଳୁଛି |

ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *