ଫୋକସ ପ୍ଲସ ୧୨/୬/୨୨(ଓଡ଼ାପଡ଼ାରୁ): ବର୍ତମାନ ସାରା ଓଡ଼ିଶାରେ ଚାଲିଛି ସେବାସମବାୟ ସମିତି ଲିଃ ର ନିର୍ବାଚନ l ଆମ ସରକାର ଚାଷୀମାନଙ୍କ ହିତ ପାଇଁ ବିଭିନ୍ନ ପ୍ରକାର ର ନିୟମ ଓ ପଦ୍ଧତି ଅବଲମ୍ବନ କରି ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ଗୁଡିକ ରେ ଗଢ଼ି ଉଠିଥିବା ସେବାସମବାୟ ସମିତି ଲିଃ ର କିପରି ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ହେବ ତାହାର ବିଧିବଦ୍ଧ ନିୟମ ପ୍ରଣୟନ କରିଥିଲେ ମଧ୍ୟ ସରକାରୀ ବାବୁ ମାନଙ୍କ ଅବହେଳା ଓ ମନମାନି ଯୋଗୁ ଆଜି ଜଣେ ଚାଷୀ ସେବାସମବାୟ ଲିଃ ରୁ ନିଜେ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଛନ୍ତି l ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବ ପୁର ଗ୍ରାମପଞ୍ଚାୟତ ର ସେବାସମବାୟ ସମିତି ଲିଃ କଥା lଯାହା ସୂଚନା ରହିଛି ଗତ ଜୁନ ୫ ତାରିଖ ଦିନ ସଦାଶିବପୁର ସେବାସମବାୟ ଲିଃ ରେ ସମ୍ପୂର୍ଣ୍ଣ ୩୨ ଜଣ ପାର୍ଥୀ ନିଜର ନାମାନଙ୍କ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ସେହି ସମବାୟ ସମିତି ଲିଃ ଅନ୍ତର୍ଗତ ବଉଳପୁର ଗ୍ରାମର ହାଡିବନ୍ଧୁ ବେହେରା ମଧ୍ୟ ନିଜର ସମର୍ଥକ ଙ୍କ ସହ ନିଜର ସମସ୍ତ ଦସ୍ତାବିଜ ଓ ନିଜର ବ୍ୟକ୍ତିଗତ ପ୍ରମାଣପତ୍ର ନେଇ ନିର୍ବାଚନ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ l କିନ୍ତୁ ବଡ଼ ଦୁଃଖ ପରୀତାପ ର ବିଷୟ ଗତ କାଲି ଯେତେବେଳେ ସଦାଶିବପୁର ସମବାୟ ସମିତି ଲିଃ ର ପ୍ରାଥୀ ତାଲିକା ବାହାରିଥିଲା ସେଥିରୁ ସେ ବାଦ ପଡ଼ିଥିଲେ lସୂଚନା ଥାଉ କି ହାଡିବନ୍ଧୁ ବେହେରା ଓ ତାଙ୍କ ସମର୍ଥକ ମାନେ କୁହନ୍ତି ଯେ ସେ ଗତ ୫ ତାରିଖ ଦିନ ନିଜର ସମସ୍ତ ବ୍ୟକ୍ତିଗତ ପ୍ରମାଣ ପତ୍ର ସଠିକ ଭାବେ ଦାଖଲ କରିଥିଲେ ମଧ୍ୟ ସେ କିପରି ବଞ୍ଚିତ ହେଲେ lସେଠିକାର ହାଡିବନ୍ଧୁ ବେହେରା ଙ୍କ ସମର୍ଥକ ମାନେ କୁହନ୍ତି ଯେ ଗତ ୨୦ ବର୍ଷ ହେବ ଏଠାରେ କେବେ ସମବାୟ ନିର୍ବାଚନ ହୋଇନଥିଲା ଏବଂ ଏବର୍ଷ ପ୍ରଥମ ଥର ପାଇଁ ନିର୍ବାଚନୀ ହୋଇଛି ତ ସେଥିପାଇଁ ପ୍ରକୃତ ନିର୍ବାଚନ ପ୍ରଚାର ପ୍ରସାର ନହୋଇ ନିଜେ ସମବାୟ କର୍ମଚାରୀ ତାଙ୍କର ଅବହେଳା ଓ ମନମାନି ପାଇଁ ସେ ହାଡିବନ୍ଧୁ ବେହେରା ଙ୍କର ଆକ୍ରୋଶ ମୂଳକ ଭାବେ ହାଡ଼ିବନ୍ଧୁ ବେହେରା ଙ୍କର ନାମାନଙ୍କ ପତ୍ର ଟିକୁ କାଟିଦେଇଛନ୍ତି l ଆଉ ଏବେ ନିଜର ଦୋଷ ତ୍ରୁଟି କୁ ଘୋଡାଇବା ପାଇଁ ବିଭିର୍ନ ପ୍ରକାର ର ଆଳ ଦେଖାଉଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି lଏ ବାବଦ ରେ ସେଠିକାର ସେବାସମବାୟ ଲିଃ ର ନିର୍ବାଚନ ଅଧିକାରୀ ଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଯେଉଁ ନିର୍ବାଚନୀ ନାମାଙ୍କନ ଦେୟ ରହିଛି ତାହା ସେ ଦାଖଲ କରିନଥିଲେ ସେଥିପାଇଁ ସେ ନିର୍ବାଚନୀ ତାଲିକାରୁ ତାଙ୍କୁ ବାଦ ଦେଇଛନ୍ତି l ଏବଂ କଣ ଦସ୍ତାବିଜ ଦରକାର ହେବ କଣ ନୀତିନିୟମ ରହିବ କେମିତି ପ୍ରଚାର ପ୍ରସାର ହେବ ତାହା ଆମ ଦାୟିତ୍ୱ ନୁହେଁ l ଏହା ହେଉଛି ସମବାୟ ସେକ୍ରେଟରୀ ଙ୍କ ଦାୟିତ୍ୱ ସେ କଣ କରିଛନ୍ତି କଣ କରିନାହାନ୍ତି ମୁଁ ଏ ଵବାଦ ରେ ଜାଣି ନାହିଁ lଏଠି ପ୍ରଶ୍ନ ଉଠୁଛି ଯେ ଜଣେ ଓଡ଼ିଆ ଭାଷା ଜାଣିଥିବ ଚାଷୀ ନିଜର ସମସ୍ତ ଦସ୍ତlବିଜି ଓ ବ୍ୟକ୍ତିଗତ ପ୍ରମାଣ ପତ୍ର ଦାଖଲ କରିଥିଲେ ମଧ୍ୟ ନିର୍ବାଚନୀ ବାବଦ ରେ ଯେଉଁ ରାଜସ୍ୱ ସରକାର ପାଇବା କଥା ସେ ବିଷୟରେ ଚାଷୀ ମାନଙ୍କୁ ଙ୍କୁ କିଏ ଏ ବାବଦ ରେ ଅବଗତ କରାଇବେ lଜଣେ ଓଡ଼ିଆ ଭାଷା ଜାଣିଥିବା ଚାଷୀ ଏହି ବିଷୟରେ ନିଜେ ଜାଣିବ ନାଁ ଇଂରାଜୀ ରେ ଲେଖାଥିବା ସମବାୟ ନିର୍ବାଚନ ନୀତିନିୟମ ଗୁଡିକୁ ସରକାର ବାବୁମାନେ ଜଣାଇବେ lବର୍ତ୍ତମାନ ଓଡ଼ିଶାରେ Focus Plush Odisha ଏକ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ହିସାବରେ ଚାଷୀଙ୍କର ତଥ୍ୟ ସଂଗ୍ରହ କରି ଖବର ପ୍ରସାରଣ କଲା ।ଦେଖିବାକୁ ବାକି ରହିଲା ପରବର୍ତ୍ତୀ ସମୟରେ ଏ ବିଷୟରେ ସରକାର ଚାଷୀଙ୍କୁ କେଉଁ ନ୍ୟାୟ ଦେଉଛନ୍ତି |
ଓଡ଼ାପଡ଼ାରୁ ନିରଞ୍ଜନ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |