ବ୍ରହ୍ମପୁର19/01/24: ସାଧାରଣ ଜନତାଙ୍କ କଥା ଛାଡନ୍ତୁ ଏବେ ସରକାରଙ୍କୁ ବି ଛାଡୁ ନାହାନ୍ତି ସରକାରୀ ବାବୁ । ଏଭଳି ଦେଖିବାକୁ ମିଳିଛି ବ୍ରହ୍ମପୁର ୱାଟକୋ ବିଭାଗରେ। ଏଠି ଯନ୍ତ୍ରୀ ଭାବେ କାମ କରୁଥିବା ସିତାରାମ ରାମ ପଣ୍ଡା ଯିଏକି ନିୟମ କାନୁନକୁ ବେଖାତିର କରିଥିବା ଜଣାପଡ଼ିଛି। ନିୟମ ମୁତାବକ ସରକାରୀ କାମ ଓ ଅଫିସ କାମରେ ବ୍ୟବହୃତ ଗାଡ଼ିଟିରେ ହଳଦିଆ ନମ୍ୱର୍ ପ୍ଲେଟ ଲଗେଇବା କଥା । ହେଲେ ସେ କିନ୍ତୁ ଚତୁରତାର ସହ ଗାଡ଼ିରେ ଧଳାରଙ୍ଗର ପ୍ଲେଟ ଲଗେଇ ସରକାରଙ୍କ ଟିକସକୁ ହଡ଼ପ କରୁଥିବା ସୂଚନା ମିଳିଛି । ସିତାରାମ ବାବୁ ଯିଏକି ଅବସର ନେବା ପୁନଃ ନିଯୁକ୍ତି ପାଇଛନ୍ତି । ସେ ବ୍ୟବହୃତ ଗାଡ଼ିଟି ଗଙ୍ଗା ବାହାଦୁର ନାମରେ ଜଣେ ଠିକା ଦାର ଗାଡ଼ିକୁ ନିୟୋଜିତ କରିଛନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ବିନା ଟ୍ୟାକ୍ସି ଲାଇସେନ୍ସ ରେ ଗାଡ଼ିକୁ ସରକାରୀ ଜାଗାରେ ଲଗାଇଛନ୍ତି । ଏବଂ କେମିତି ଠିକା ଯନ୍ତ୍ରୀ ମଧ୍ୟ ସବୁ ଜାଣି ଶୁଣି ସେହି ଗାଡ଼ିରେ ଯାଉଛନ୍ତି ? ଯାହାକି ଉଭୟ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଦୁଚନ୍ଦ୍ରିକରେ ସରକାର ଙ୍କ ଟିକସ ଫାଙ୍କୁ ଥିବା ସ୍ପଷ୍ଟଜଣା ପଡୁଛି। ଅନ୍ୟପଟେ ଯଦି ସାଧାରଣ ଲୋକଟିଏ ଟିକସ ଫାଙ୍କିଲେ ଜରିମାନା ସହ ପାଉଛନ୍ତି । କିନ୍ତୁ ସରକାରୀ ବାବୁ ଫାଙ୍କିଲେ ସେମାନଙ୍କ ପାଇଂ କଣ ରହିଛି ଆଇନ ନା ସେମାନେ ଆଇନ ଠୁ ଉର୍ଦ୍ଧରେ କି ? ହେଲେ ସରକାର ଓ ବିଭାଗ ପକ୍ଷରୁ ଏହାକୁ ନେଇ କେଉଁ ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।