ଫୋକସ ପ୍ଲସ(ଉଦଳା)୧୦/୦୮/୨୦୨୨: ସରକାରଙ୍କ ଆବାସ ଯୋଜନା କୁ ତାଚ୍ଛଲ୍ୟ କରୁଛି ଗ୍ରାମରେ ଥିବା ଭଙ୍ଗା କୁଡିଆ ଓ ଏଥିରେ ବସବାସ କରୁଥିବା ବାସିନ୍ଦାମାନେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଜାମବଣି ଗ୍ରାମପଞ୍ଚାୟତର ଧୂମକ୍ଷେତ ଗ୍ରାମର ବସନ୍ତ ମହାନ୍ତି ଙ୍କ ପରି ଅନେକ ପରିବାର ନିଜ ବାସଭବନ ମଧ୍ୟରେ ମୁଣ୍ଡ ଗୁଞ୍ଜିବାକୁ ଭୟଭୀତ ହେଉଛନ୍ତି । ଅଞ୍ଚଳର ଲଗାଣ ବର୍ଷା ଫଳରେ କଚ୍ଚା ଘର ଗୁଡ଼ିକ ମଧ୍ୟରେ ପାଣିଝର ଫିଟି ଯାଇଥିବାରୁ କେଉଁ ମୁହୂର୍ତ୍ତରେ କାନ୍ଥ ପଡ଼ି ଯିବାର ଭୟ ଏବେ ଏମାନଙ୍କ ପାଇଁ ବିପଦ ସାଜିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦିଆ ଯାଉଥିଲେ ମଧ୍ୟ ଲାଞ୍ଚ ସୂତ୍ରରେ ମୋଟା ଅଙ୍କର ଅର୍ଥ ଦେଇ ପାରୁ ନଥିବାରୁ ଏମାନଙ୍କୁ ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ ବୋଲି ଅଭିଯୋଗ କରିଛନ୍ତି । ଆବାସ ଯୋଜନା ରେ ଗୃହ ମିଳୁନଥିବା ଅଭିଯୋଗ ନେଇ କପ୍ତିପଦା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।
ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ।