ଫୋକସ ପ୍ଲସ 7/3/2023(କଳାହାଣ୍ଡି): କୁଡିଆ ଘର ସୁରୁଜ ବି ଛୋଟ ଛୋଟ ପଲିଥିନ କଣାରେ ରଶ୍ମି ଦେଇ ପରିହାସ କରୁଛି। ଦୁର୍ବିସହ ଜୀବନ, ପଲିଥିନ ଉପରେ କୁଟା ପାଲ। ଅସଜଡା ପକ୍ଷୀ ନୀଡ଼ ପରି ବସା । ଧିକ ଏଠି ସରକାର ଙ୍କ ସ୍ଳୋଗାନ କୁ,ମୁଣ୍ଡ ଉପରେ ଛାତ। କଳାହାଣ୍ଡି ଜିଲ୍ଲା କାଉଡଲା ଗାଁ ରୁ ଦେଖିବା ସ୍ପେଷାଲ ରିପୋର୍ଟ।
ଶିଳା ସତନାମୀ ବୟସ ୬୩ ,ଆଖି ଦୁଇ ଟି ଠିକ ସେ ଦେଖିପାରେ ନାହିଁ। ୟା ତା ଘର ବାସନ ସଫା କରି ଯାହା ପାଏ ସନ୍ତୁଷ୍ଟ। ସ୍ବାମୀ ଚାଲି ଗଲା ପରେ ମାଁ ଆଉ ପୁଅ ବିକାଶ ସତନାମୀ (୨୩) ରୁହନ୍ତି।ପୁଅ ମଧ୍ୟ ନିଇତି କୁଲି କରିଯାଏ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡଲା ଗାଁରେ ଶିଲା ମାଉସୀ ଙ୍କ ଝାଟିମାଟି କୁଡ଼ିଆ ଘର। ବେଦରଦି ଶାସକି ବାବୁ ମାନଙ୍କ ହୃଦୟ ତରଲିଲା ନାହିଁ ବୁଢି ମାଉସୀ ର ଘର କୁ ଦେଖି। ଆପଣ ଥରେ ଚିତ୍ର ଦେଖି ଅନୁମାନ କରିପାରୁଥିବେ, କେମିତି ମାଉସୀ ଜୀବନ ବିତାଉଛନ୍ତି।
ସର୍ଭେ ବି ହେଲା, ଆବାସ ତାଲିକା ମଧ୍ୟ ଆସିଲା । ହେଲେ ସଲାସୁତୁରାରେ ଶାସକ ବିଜେଡି ର କର୍ମୀ ମାନଙ୍କ ନାଁ କୁ ଚଢେଇ ଦେଲେ ବୋଲି ଅଭିଯୋଗ ହେଲା। ହେଲେ ଏ ଝାଡି ମାଟି ଘରେ ଥିବା ବୁଢି ମାଉସୀ ର ଦୁଃଖ ଦେଖା ଦେଲା ନାହିଁ। ଆମେ ଯେତେ ଏଭଲି ସମସ୍ୟା କୁ ନେଇ ବାରମ୍ବାର ଅଧିକାରୀ ମାନଙ୍କୁ ପଚାରୁଥିଲେ। ଉତ୍ତର ଥିଲା ଟାର୍ଗେଟ ଆସିଲେ ଦେଇ ଦେବା। ଏବେ ତ ଟାର୍ଗେଟ ଆସିଗଲା , ହେଲେ ଗରିବ ପାଇଁ ନୁହେଁ।
ବାହାନା ଥିଲା ଟାର୍ଗେଟ ନାହିଁ ଟାର୍ଗେଟ ନାହିଁ। ଘର ଆସିଲା ହେଲେ ଯୋଗ୍ୟ କୁ ମିଳିଲା ନାହିଁ ଘର। ଶିଲା ସତନାମୀ କେବେ ଘର ପାଉଛି,ତାହାରି ଉପରେ ଆମର ନଜର।