ଫୋକସ ପ୍ଲସ ୧୭/୦୬/୨୨(ଯାଜପୁର): ଭାରତ ସରକାର ,ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ପାଇଁ ବଜେଟରେ ସୋତନ୍ତ୍ର ଆର୍ଥିକ ବେବସ୍ଥା କରୁଛନ୍ତି।କୃଷକ ଙ୍କ ଆୟ ଦୁଇ ଗୁଣ କରିବା ପାଇଁ ହଜାର କୋଟି ଟଙ୍କାର ବେୟ ବରାଦ କରୁଛନ୍ତି।ସରକାର କରିଥିବା ଯୋଜନା ଅନେକ ସ୍ଥାନରେ କୃଷକ ଙ୍କ କାର୍ଯ୍ୟ ରେ ଆସୁ ନାହିଁ।ଏପରି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦୀ ପଞ୍ଚାୟତ ସମିତି ର ଜଖପୁରା କୃଷି ସମବାୟ ସମିତି କ୍ଷେତ୍ରରେ।କଳିଙ୍ଗନଗର ଶିଳ୍ପଆଞ୍ଚଳ ନିକଟବର୍ତ୍ତୀ ଜଖପୁରା ସମବାୟ ସମିତି।କାରଖାନାମାନଙ୍କ ଅନତି ଦୂରରେ ଅବସ୍ଥିତ କୃଷି ସମବାୟ ସମିତି ଅଟେ।ନାନା ସମସ୍ୟା ମଧ୍ୟରେ ଜଖପୁରା କୃଷି ସମବାୟ ସମିତିର ନିଜସ୍ବ ଅଫିସ ଗୃହ ନାହିଁ।ଏହି ସମବାୟ ସମିତି ରେ କୃଷକମାନେ ଧାନ ଆଣି କୃଷକ ମଣ୍ଡି ରେ ବିକିଥାନ୍ତି।କୃଷି ମଣ୍ଡି ରେ ନିଜସ୍ୱ ଧାନ ମଣ୍ଡି ସେଡ ନଥିବାରୁ ନାନା ଅସୁବିଧା ସମୁଖୀନ ହେଉଛନ୍ତି।ଧାନ ବିକ୍ରି କରିବା ପାଇଁ ଧାନ ମଣ୍ଡି ଖୋଲା ପଡ଼ିଆରେ ହୋଇଥିବାରୁ ଅତ୍ୟନ୍ତ ଖରା ସମୟରେ କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କୃଷକ ମାନଙ୍କ ଅସୁବିଧା କୁ ଦୃଷ୍ଟି ରେ ରଖୀ ଜଖପୁରା କୃଷି ସମବାୟ ରେ ଏକ ଧାନ ମଣ୍ଡି ସେଡ ଯୋଗେଇ ଦେବାକୁ କୃଷ ମାନେ ଦାବି କରିଛନ୍ତି।କୃଷି ସମବାୟ ସମିତି ରେ ୨୦୨୦/୨୦୨୧ ମସିହାରେ ମୋଟ୨୦୪ଜଣ କୃଷକ୮୪୬୦-କୁଇଣ୍ଟାଲ୮୩ କେଜି ଧନ ଦେଇଥିଲେ।କାରଖାନା ଅଞ୍ଚଳ ହୋଇଥିଲେ ମଧ୍ୟ ଚଳିତ ବର୍ଷ କୃଷକ ସଂଖ୍ୟା ବୃଦ୍ଧି ପାଉଛି।୨୦୨୧/୨୦୨୨ମସିହାରେ କୃଷକ ସଂଖ୍ୟା ବୁଦ୍ଧି ପାଇ ୨୩୨ ଜଣ କୃଷକ୮୯୯୨କୁଣ୍ଟାଲ ଧାନ୧୯୪୦ଟଙ୍କାରେ ସରକାର ଙ୍କ ଧାର୍ଯ୍ୟ ଦରରେ କୃଷକ ମାନଙ୍କୁ ଯୋଗାଇ ଦିଆଯାଇଛି।ଜଖପୁରା ସମବାୟ ସମିତିରେ ଏକ କୃଷକ ଖଳା ନାହିଁ।ଏହି ସମବାୟ ନିଜର ଅଫିସ ଗୃହ,, କୃଷିଜାତ ଦ୍ରବ୍ୟରଖିବା ପାଇଁ ଗୋଦାମ ଗୁହ ନାହିଁ।ଜଖପୁରା କୃଷକ ସମବାୟ ସମିତିରେ ସରକାର ଙ୍କ ସୁବିଧା ସୁଯୋଗ କିଛି ମିଳିନାହିଁ।ବର୍ତ୍ତମାନ ରାଜ୍ଯ ର ସମସ୍ତ ସମବାୟ ସମିତି ର ନିର୍ବାଚନ ଅନୁଷ୍ଠିତ ହେବା କୁ ଯାଉଛି।ଯାହା କି ଯଖପୁରା ରେ ୧୯ ତାରିଖ ରେ ମୋଟ ୨୬୭ ଖଣ୍ଡ ଭୋଟକୁ ନେଇ ଜଖପୁରା ସମବାୟ ସମିତି ରେ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ତାରିଖ ଧାର୍ଯ୍ୟ କରିଥିବା ବେଳେ ପୂର୍ବରୁ ଥିବା ସମସ୍ତ ସଭ୍ଯ ଗତ ୫ବର୍ଷ ରୁ ଉର୍ଦ୍ଧ କାର୍ୟ୍ଯ ଭାର ନେଇଥିଲେ ମଧ୍ଯ କିଛି ଉର୍ନତି ମୂଳକ କାର୍ୟ୍ଯ କରିନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ଯାହା କି ସରକାର ଙ୍କ ଯୋଜନା ଆସୁଛି ତାହା ବାଟବଣା ହେଉଛି ।ତେଣୁ ଆଗାମୀ ନିର୍ବାଚନ ରେ ଏହି ସବୁ ବିଷୟ ଗୁଡ଼ିକୁ ଚାଷୀ ଧ୍ଯାନ ଦେଇ ନୂତନ ସଭ୍ଯ ଚୟନ କରିବା ପାଇଁ ଶପଥ ନେଇଥିବା ଦେଖିବାକୁ ମିଳୁଛି।ସରକାର କୃଷକ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ବ୍ୟବସ୍ଥା ଥିଲେବି ବହୁ ପୁରାତନ ଜଖପୁରା କୃଷି ସମବାୟ ସବୁଥିରେ ବଞ୍ଚିତ ହୋଇଥିବା ଦେଖିବାକୁ ମିଲିଛି।ଏଠି ପ୍ରଶ୍ନ ଉଠେ ସରକାର କରିଥିବା ଯୋଜନା କୃଷକମାନଙ୍କ ହିତ ରେ ଆସୁନଥିବାରୁ।ତେବେ ଏହିସବୁ ଯୋଜନା କାହା ସ୍ୱାର୍ଥ ରେ ? ଜଖପୁରା କୃଷି ସମବାୟ ସମିତି ବିଭିନ୍ନ ସମସ୍ୟା ଦେଇକି ଗତି କରୁଥିବା ଦୃଷ୍ଟି ରୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ କୃଷକ ମାନେ ଦାବି କରିଛନ୍ତି।ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ କୃଷକ ମାନେ କୃଷି ଆନ୍ଦୋଳନ ନେଇ ରାଜରାସ୍ତାକୁ ଆସିବା ଏଡ଼ାଇ ଦେଇ ନ ପାରେ।
