ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି

ଫୋକସ ପ୍ଲସ 3/5/23 (ବ୍ୟୁରୋ):ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳ ବିଭାଗ ସମେତ ବିଏମସିର ଉଚ୍ଚ ପଦାଧିକାରୀ । ଏନେଇ ବିଏମସିର ସମସ୍ତ ଟିମ୍ ପ୍ରସ୍ତୁତ ରହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଅଛନ୍ତି ସମସ୍ତ ଅଫିସର, ଜିରୋ କାଜୁଆଲିଟ୍ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମେୟର କହିଛନ୍ତି ।
୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଲଘୁଚାପର ରୂପ ନେବ । ପାଣିପାଗ ବିଭାଗର ଏପରି ଆକଳନ ପରେ ବାତ୍ୟା ଭୟ ବଢିଯାଇଛି । ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ହେଲେ ଏକାଧିକ ଥର ମେ’ ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ, ଓଡିଶା ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ଏହି ଆଶଙ୍କା ବଢ଼ିଯାଇଛି । ଗ୍ରୀଷ୍ମକାଳିନ ବାତ୍ୟା ଆକସ୍ମିକ ହୋଇଥିବାରୁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *