ଫୋକସ ପ୍ଲସ(ବିଂଝାରପୁର)୨୪/୦୮/୨୦୨୨: ବିଦ୍ୟାଳୟ ର ସମ୍ପାଦକ ଙ୍କ ମାନମାନି। ନିଜ ଇଚ୍ଛା ରେ ଚଳାଇଛନ୍ତି ବିଦ୍ୟାଳୟ। ସମ୍ପାଦକ ପଦ ତିନି ବର୍ଷ ପାଇଁ ହେଲେ ବାବୁ ରହିଲେଣି ତିରିଶି ବର୍ଷ ରୁ ଉର୍ଦ୍ଧ। ସରକାରୀ ବିଦ୍ୟାଳୟ କୁ ନିଜର ପୈତୃକ ସମ୍ପାତି କରି ଲୁଟୁଛନ୍ତି ସରକାରୀ ଅର୍ଥ। ଆଉ ଯାହାକୁ ଘଣ୍ଟ ଘୋଡାଇ ରଖି ସୁରକ୍ଷା ଦେଇ ଆସୁଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ।
ଥରେ ଭଲ କରି ନଜର ପକାନ୍ତୁ ଏହି ବିଦ୍ୟାଳୟ ଉପରେ। ଏ ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ପଂଚାୟତ ରେ ଥିବା ଶିବମ ଶିଳ୍ପ ମୁକ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ। ଯେଉଁ ଥିରେ ଅନ୍ଧ ମୁକ ଓ ବଧିର ପିଲା ମାନଙ୍କ ଭବିଷ୍ୟତ ଗଢ଼ାଯିବା ପାଇଁ ସରକାର ଙ୍କ ରାଜକୋଷ ରୁ ଆସୁଛି ଲକ୍ଷଧିକ ଟଙ୍କା। ହେଲେ ଏହି ଅର୍ଥ କୁ ପିଲାଙ୍କ ପାଇଁ ଖର୍ଚ୍ଚ ହେବା ବଦଳ ରେ ଖୋଦ ବିଦ୍ୟାଳୟ ର ସମ୍ପାଦକ କରୁଛନ୍ତି ଆତ୍ମସାତ। ଏ ହେଉଛନ୍ତି ଏହି ଶିବମ ଶିଳ୍ପ ମୁକ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ ର ସମ୍ପାଦକ ନିଜା ଅୟୁ ବେଗ। ୧୯୮୫ମସିହା ଠାରୁ ବାବୁ ନିଜ ମନମାନି ରେ ସମ୍ପଦକ ରହି ନିରୀହ ପିଲାଙ୍କ ପାଇଁ ଆସୁଥିବା ଅର୍ଥ କୁ କରୁଛନ୍ତି ଆତ୍ମସାତ। ନିଜେ ଜଣେ ହାଣ୍ଡିକ୍ରପ୍ଟ ହୋଇ ବାବୁ ଉଠାଉଛନ୍ତି ଏହାର ଫାଇଦା। ସରକାର ଜଣେ ପିଲା ପ୍ରତି ମାସିକ ୧୨୦୦ ଟଙ୍କା ଓ ଏବେ ୧୭୫୦ଟଙ୍କା ଦେଉଥିବା ବେଳେ ପିଲା ମାନଙ୍କୁ ତିନି ବର୍ଷ ପୂର୍ବେ ଖଣ୍ଡିଏ ଖଣ୍ଡିଏ ଡ୍ରେସ ଧରାଇ ଦେଇ ବାକି ଅର୍ଥ କରିଛନ୍ତି ଆତ୍ମସାତ। ବିଦ୍ୟାଳୟ ର ୮୫ଜଣ ପିଲା ଦର୍ଶାଇ ମୁଣ୍ଡ ପିଛା ସରକାରୀ ଅର୍ଥ ଆସୁଥିବା ବେଳେ ମାତ୍ର ହାତ ଗଣତି ୧୫/୨୦ ପିଲା ପଢୁଛନ୍ତି । କିଛି ଅର୍ଥ ଖର୍ଚ୍ଚ କରି ବାକି ଅର୍ଥ କୁ ସମ୍ପାଦକ ବାବୁ ନିଜା ଅୟୁ ବେଗ କରୁଛନ୍ତି ଆତ୍ମ ସାତ। ଏ ଦୁର୍ସ୍ୟ କୁ ଥରେ ଭଲ କରି ଦେଖନ୍ତୁ ସ୍ୱାଧୀନତା ର ଅମୃତ ମହୋତ୍ସବ ବିଦ୍ୟାଳୟ ର ପିଲା ମାନେ ପାଳୁଥିବା ବେଳେ ପିଲା ଙ୍କ ପାଦର ଜୋତା କୁ ବି ଆତ୍ମସାତ କରିଦେଇଛି ଏହି ଚାରସ ବିସ ସମ୍ପାଦକ ହେଲା କେମିତି ଜାଣି ପାରୁନାହାନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ। ଯେତେ ବେଳେ ଏ ସମ୍ପର୍କ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଯୋଗା ଯୋଗ କରିଥିଲୁ ବାବୁ କରିଦେଇଥିଲେ ନିଜ ଫୋନ କୁ ସ୍ୱିଚ ଅଫ। କାରଣ ଏଭଳି ମହା ଦୁର୍ନୀତି ରେ ଲିପ୍ତ ସମ୍ପାଦକ ଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଖୋଦ ଜିଲ୍ଲା ଅଧିକାରୀ। ବାରମ୍ବାର ଲିଖିତ ଅଭିଯୋଗ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆଣୁଥିଲେ ସୁଦ୍ଧା ଜିଲ୍ଲାପାଳ ନିଜେ ତଦନ୍ତକୁ ନଆସି ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାଇତ୍ୱ ଦେବାର ଫଳ ହେଉଛି ନିରୀହ ଶିଶୁଙ୍କର ପେଟକୁ ଲାତ ମାରିବା ସଦୃଶ। ଏମିତି କି ଵିଦ୍ୟାଳୟ ରେ ପିଲା ମାନଙ୍କୁ ନିମ୍ନ ମାନର ରୋଷେଇ କରାଯାଇ ଖାଦ୍ୟ ଦେଉଥିବା ଖୋଦ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅଭିଯୋଗ ଅଣୁଛନ୍ତି। ଶୁଣନ୍ତୁ କଣ କୁହନ୍ତି ଏ ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ
ଏମିତି କି ଏହି ବିଦ୍ୟାଳୟ ପ୍ରଧାନଶିକ୍ଷକ ଙ୍କୁ ନିଜର କ୍ଷମତା ଠାରୁ ଦୂରେଇ ରଖି ସମ୍ପାଦକ ବାବୁ ବିଦ୍ୟାଳୟ ର ସମସ୍ତ ସରକରୀ କାଗଜ, ଆଡମିସନ ରେଜିଷ୍ଟର, କ୍ୟାସବୁକ, ଓ ପାସବୁକ ଯାହା ବିଦ୍ୟାଳୟ ରେ ରହିବା କଥା ଏସବୁ ନିଜ ଘରେ ରଖି ନିଜେ ଲେଖା ଲେଖି କରିବା କୁ କିଏ ଦେଇଛି ଅଧିକାର। ବିଦ୍ୟାଳୟ ରେ ପିଲା ମାନଙ୍କ ସୁରକ୍ଷା ପାଇଁ ଭଲ ଘର ଖଣ୍ଡେ ନଥାଉ ହେଲେ ଭଙ୍ଗା ଘରେ ସିସିଟିଭି କ୍ୟାମେରା ଲଗାଇ ବାକୁ କିଏ ଦେଇଛି ଅନୁମତି। କାହା ବଳ ରେ ବଳିୟାନ ସାଜିଛି ଏ 420 ନିଜା ଅୟୁ ବେଗ। ତେବେ ଏ ବିଦ୍ୟାଳୟ ର ସମ୍ପାଦକ ର ଆହୁରି ଅନେକ ମାନମାନି ଓ ଦୁର୍ନୀତି ଆମେ ଆଣିବୁ ସାମ୍ନା କୁ ଯାହାକି ନିରୀହ ମୁକ ବଧିର ପିଲାଙ୍କ ଟଙ୍କାରେ ବାବୁ କରୁଛନ୍ତି କିପରି ଅଏସ।
ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ସହ ଶୁଭକାନ୍ତ ଦାସ ରିପୋର୍ଟ ଫୋକସ୍ ପ୍ଳସ୍ |