ଫୋକସ ପ୍ଲସ(ପୁରୀ) ୧୩/୦୯/୨୦୨୨: ପଶ୍ଚିମ ବଙ୍ଗୋସାଗରରେ ଲଘୁଚାପ ହେତୁ ପୂର୍ଣ୍ଣିମା ତିଥିରେ କୋଣାର୍କ ର ସାଉଖଣତା ଠାରେ ସମୂଦ୍ର ଜୁଆର ହେତୁ କୋଣାର୍କ ପୁରୀ ବେଳାମାର୍ଗ ରାସ୍ତା ଖାଇବାରେ ଲାଗିଛି।ଯାହା ଫଳରେ ସମୂଦ୍ର ଗର୍ଭରେ ଲିର୍ଣ୍ଣ ହେବାରେ ଲାଗିଛି ରାସ୍ତା କୁ ସୁରକ୍ଷା ଦେଇ ଆସିଥିବା ବାଲିବନ୍ତ । ଗତ ଦୁଇଦିନ ହେବ ସମୂଦ୍ର ର ଜୁଆରରେ ବଳିପଡିବାକୁ ଯାଉଛି ପୁରୀ କୋଣାର୍କ ମରେନ୍ ଡ୍ରାଇଭ୍ ରାସ୍ତା।ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଗତକାଲି ଉପ ଜିଲ୍ଲାପାଳ ଭବତରଣ ସାହୁ ଓ ଗୋପ ତହସିଲଦାର ଙ୍କୁ ମାତ୍ର ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିଥିଲା ସେହି ଘଟଣା ସ୍ଥଳରେ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପୁରୀ ଜିଲ୍ଲା ଉପ ଜିଲ୍ଲାପାଳ ଓ ଗୋପ ଘଟଣା ସ୍ଥଳରୁ ଯିବା ମାତ୍ରେ ତିଆରି ଆରମ୍ଭ ହୋଇଥିଲା ବାଲିବସ୍ତା ମାଧ୍ୟମରେ ସମୁଦ୍ର ଜୁଆର ପାଣିକୁ ରୋକାଯିବା ପାଇଁ ବାଡ । ଠିକା ସଂସ୍ଥା ଦ୍ୱାରା ଦିନ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ଜେସିବି ଦ୍ୱାରା କରାଇଥିଲେ ବାଲି ବସ୍ତା ବାଡ ହେଲେ ଅତି ବିଡ଼ମ୍ବନାର ବିଷୟ ,ଯାହା ଗତକାଲି ରାତିରେ ସମୂଦ୍ର ଜୁଆରରେ କିଛି ଅଂଶ ଭାସିଯିବା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ଗତକାଲି ରାତି୮ଠାରୁ କୈଣସି ଅଧିକାରୀ ବା ପ୍ରଶାସନ ଙ୍କର ଦେଖା ବି ମିଲି ନଥିଲା ଘଟଣା ସ୍ଥଳରେ। ଏହାକୁ ନେଇ କୋଣାର୍କ ଓ ତାର ଆଖପାଖ ପଞ୍ଚାୟତ ଲୋକମାନେ ଅନେକ କ୍ଷଭୋ ପ୍ରକାଶ କରିଥିବା ବେଳେ ଭୟଭୀତ ଥିବା ଦେଖିବାକୁ ମିଳିଥିବା ବେଳେ ଗତକାଲି ରାତିରେ ସମୂଦ୍ର ଜୁଆର ରାସ୍ତାରେ ମାଡ ହୋଇ କୋଣାର୍କ ପୁରୀ ବେଳାମାର୍ଗ କୁ ଖାଉଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ କଥା ଦେଶ ବିଦେଶ ପର୍ଯ୍ୟଟକ ମାନଙ୍କ ଜୀବନ ଏବେ ବିପଦରେ ଯଦି କୌଣସି ବସ ବା ଚାରିଚକିଆ ଯାନ ଟରର୍ଣିଂ ରେ ଗାଡି ବୁଲାଇବା ସମୟରେ କୌଣସି ମତେ ଖସି ଯାଆନ୍ତି ତାଙ୍କୁ ବଞ୍ଚାଇବାକୁ କୌଣସି ଅଧିକାରୀ ବା ପୋଲିସ ଘଟଣା ସ୍ଥାନରେ ନଥିବାକୁ ନେଇ କୋଣାର୍କ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି। ସେତିକି ନୁହେଁ। ଗୋଟିଏ ପଟେ ସମୂଦ୍ର ବାଲିବନ୍ତ ଖାଇ ରାସ୍ତା ଖାଇବାକୁ ଗଲାବେଳେ ଅପରପକ୍ଷର ଜଙ୍ଗଲଧାରରୁ ଝାମୁ ଗଛ ମୂଳରୁ ବାଲି ନେଇ ବସ୍ତାରେ ପକାଇବାକୁ ବନ୍ଦ କରିଛନ୍ତି କରମଙ୍ଗା ଇଡିସି ର କର୍ମକର୍ତ୍ତା ।ବୋଝେଇ ହୋଇଥିବା ବାଲି ବସ୍ତାକୁ କାଟି ତଳେ ଢାଳି ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ଘଟଣା ସ୍ଥାନରେ ଜିଲ୍ଲାପାଳ ପହଞ୍ଚି ଦୃଷ୍ଟି ଆକର୍ଷଣ କରିବା ସହ ସମୂଦ୍ର ଖାଉଥିବା ପୁରୀ କୋଣାର୍କ ମୂଖ୍ୟ ରାସ୍ତାକୁ ବଞ୍ଚାଇବାକୁ ଦାବି କରିଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ।
