ଫୋକସ ପ୍ଲସ(ଛତ୍ରପୁର)୨/୦୮/ ୨୦୨୨:ଦିନକୁ ଦିନ ସମୁଦ୍ରରେ ଜଳପତନ ବୃଦ୍ଧି ପାଇ ଉଚ୍ଚ ଜୁହାର ହେତୁ କୂଳ ଲଙ୍ଗିବାରେ ଲାଗିଛି l ଯାହାଫଳରେ ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ର ଅlର୍ଜିପଲ୍ଲି , ଗଂଜାମ ବ୍ଲକ୍ ର ପୋଡାମପେଟା ଓ ଚିକିଟି ବ୍ଲକ୍ ର ରାମେୟାପାଟଣା ଗ୍ରାମ , ଭାରତ ମାନଚିତ୍ରରୁ ଉଭେଇଯିବାର ସମ୍ଭାବନା ଦେଖାଦେଇଛି l
ଗଂଜାମ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ତିନୋଟି ଗ୍ରାମ ଏବେ ବିପଦ ଅବସ୍ଥାରେ l ପୋଡାମପେଟା ଗ୍ରାମର କିଛି ଅଂଶ ସମୁଦ୍ର ଗର୍ବରେ ଲୀନ ହୋଇଯାଇଥିଲା ବେଳେ ରାମେୟାପାଟଣା ଆଉ କିଛି ଦିନ ମଧ୍ୟରେ ସମୁଦ୍ରରେ ମିଶିଯିବ l ଅlର୍ଜିପଲ୍ଲି ଗ୍ରାମ ସମୁଦ୍ର ଠାରୁ 2 କିଲୋମିଟର ଦୂରରେ ଥିଲା କିନ୍ତୁ ଅଶାନ୍ତ ସମୁଦ୍ରର ଢେଉ ଦ୍ୱାରା ଭୟଙ୍କର ଭାବେ କୂଳଖାଇ ଗ୍ରାମ ନିକଟରେ ପହଞ୍ଚିସାରିଛି l
ଏହି ଅଞ୍ଚଳରେ ବାରମ୍ବାର ପ୍ରାକୃତିକ ବିପଯ୍ୟାୟ କାରଣରୁ ଗାଁ ମୁହାଁ ଏବେ ସମୁଦ୍ର l କୋଉଠି ଘର ଭସାଇ ଦେଇଛି ତ ,କୋଉଠି ରୋଡ଼ ସହ ମନ୍ଦିର ଧୋଇହୋଇ ନେଇଯାଇଛି l ଯାହା ଫଳରେ ସ୍ଥାନୀୟ ଜନସାଧାରଣ ଏବେ ଭୟାବିତ ଅବସ୍ଥାରେ l ଏଣୁ ଏଥି ପ୍ରତି ପ୍ରଶାସନ ର ହସ୍ତକ୍ଷେପ ଜରୁରୀ ହୋଇପଡିଛି l ଓଡିଶା ସରକାର ସହ ଗଂଜାମ ପ୍ରଶାସନ ହସ୍ତକ୍ଷେପ ଲୋଡିଛନ୍ତି ଅଞ୍ଚଳବାସୀ l
ଏପରି ଭାବେ କୂଳଖାଇବା ଦ୍ୱାରା ଅଞ୍ଚଳବାସୀ ବାରମ୍ବାର ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏହାର କୌଣସି ସମାଧାନ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ଯଥାଶୀଘ୍ର ଏହା ଉପରେ ସରକାର ପଦକ୍ଷେପ ନେଲେ ଉପକୃତ ହେବେ ଗ୍ରାମବାସୀ ନଚେତ ମାନଚିତ୍ରରୁ ଉଭାନ ହୋଇଯିବ ଅlର୍ଜିପଲ୍ଲୀଗ୍ରାମ ବୋଲି ନିଜ ପ୍ରତିକ୍ରିୟା କହିଛନ୍ତି l ଏ ନେଇ ଆମେ ଗଂଜାମ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେଇଥିଲୁ ,ସେ କଣ କହୁଛନ୍ତି ଶୁଣନ୍ତୁ
ସୂଚନା ଥାଉକି ,ଗଞ୍ଜାମ ଜିଲାର ଉପକୂଳବର୍ତୀ ୫ଟି ବ୍ଲକ ଛତ୍ରପୁର,ଗଞ୍ଜାମ,ଖଲ୍ଲିକୋଟ,ଚିକିଟି ଓ ରଙ୍ଗେଇଲୁଣ୍ଡାରେ ବିଶ୍ୱବ୍ୟାଙ୍କ ଅନୁଦାନରେ ଓଡିଆରପି ଯୋଜନାରେ ଗୃହ ନିର୍ମାଣ କରାଯାଇଥିଲା | ଏହି ଯୋଜନା ଏହି ୫ଟି ବ୍ଲକର ୧୦୯ ଟି ଗ୍ରାମରେ ୧୬ ହଜାର ୨୯୦ଟି ଗୃହ ନିର୍ମାଣ ହୋଇଥିଲା । ଜିଲ୍ଲାରେ ପ୍ରତ୍ୟେକ ବର୍ଷ ବନ୍ୟା ଓ ବାତ୍ୟା ଆସିଥାଏ ଯାହାଫଳରେ ଗଞ୍ଜାମ ଜିଲାର ଉପକୂଳବର୍ତୀ ୫ଟି ବ୍ଲକ ରେ କ୍ଷତି ହୋଇଥାଏ ଏହାକୁ ଦୃଷ୍ଟିରେ ରଖି ଓଡିଆରପି ଗୃହ କରାଯାଇଥିଲା |
ଛତ୍ରପୁର ରୁ ରବୀନ୍ଦ୍ର ନାହାକ ଙ୍କ ରିପୋର୍ଟ ଫୋକସ ପ୍ଲୁସ |