ସମୁଦ୍ରରେ ଭାସିଲା ଟଙ୍କା ବସ୍ତା

ଫୋକସ ପ୍ଲସ (କୋଣାର୍କ): ଖାଉଛି କୋଣାର୍କ ପୁରୀ ବେଳାମାର୍ଗ ରାସ୍ତା |ସମୂଦ୍ରରେ ଭାସୁଛି ବାଲି ବସ୍ତା |କୋଟିକୋଟି ଟଙ୍କା ଏବେ ପାଣିରେ ଭାସିବାରେ ଲାଗୁଛି |ଯେତେବେଳେ ବେଳା ମାର୍ଗ ଖାଇବା ଆରମ୍ଭ ହେବାକୁ ଲାଗିଲା ସେହି ଦିନ ଠାରୁ ଆରମ୍ଭ କରି ଆମେ ଲଗାତାର ଭାବେ ଫୋକସ୍ ପ୍ଲସ୍ ରେ ଖବର ପ୍ରସାରଣ କରିଆସୁଛୁ ।ଏହାର ଥଇଥାନରେ ବନ୍ଧ ନିର୍ମାଣ ପାଇଁ ବାଲିକୁ ଅନ୍ୟତ୍ର ନେଇ ଅଧିକ୍ ଦରରେ ଠିକାଦାର କ୍ରୟ କରି ଯେତେବେଳେ ବନ୍ଧ ନିର୍ମାଣ କରାଗଲା ସେଥିପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା |ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଆଜି ଭାସିଯାଇଛି କୋଟିକୋଟି ଟଙ୍କାର ବାଲିବସ୍ତା ଓ ବହ୍ଲା ।ପୂର୍ଣ୍ଣବାର ଖାଇବାକୁ ଲାଗିଲା କୋଣାର୍କ ପୁରୀ ମୁଖ୍ୟ ରାସ୍ତା।ଏବେ ଆଉ କିଛି ସମୟ ଭିତରେ ବଲ୍ଲା ବାଡ ଓ ବାଲିବସ୍ତା ଦେଖିବାକୁ ମିଳିବ ନାହିଁ |ସମୂଦ୍ର ଖାଉଥିବା ଜାଗାରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି କରିଛନ୍ତି କୋଣାର୍କ ବାସିନ୍ଦା।

କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *