ଫୋକସ ପ୍ଲସ 22/2/23( ବ୍ୟୁରୋ): ଆଜି ବି ସମାଜରେ ବଞ୍ଚି ରହିଛି ମାନବିକତା | ଆଜ୍ଞା ହଁ ମାନବିକତା ହିଁ ସବୁ କିଛି | ଜଣେ ଧନୀ ହେଇଥାଉ କି ଗରିବ ତା ପାଖେ ମାନବିକତା ନଥିଲେ କିଛି ନାହିଁ | ଏଭଳି ଜଣେ ମହିଳା ଯେ କି ନିଜର ମହତ ପଣିଆ ପାଇଁ ଆଜି ଖୁବ ଚର୍ଚ୍ଚାରେ ରହିଛନ୍ତି ଏବଂ ସମ୍ମାନିତ ମଧ୍ୟ ହୋଇଛନ୍ତି | ତେବେ ସେହି ମହିଳା ଜଣକ ହେଉଛନ୍ତି ଜଣେ ସଫେଇ କର୍ମୀ | ଅଳିଆ ଗଦାରୁ ସୁନା ଚେନ୍ ପାଇଥିବା ଏହି ମହିଳା ସଫେଇ କର୍ମଚାରୀ ଜଣକ ସୁନା ଚେନର ପ୍ରକୃତ ମାଲିକକୁ ଫେରାଇ ଦେଇଛନ୍ତି। ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି |
ଆଜିର ଦୁନିଆରେ ଯେଉଁଠି ନିଜ ଲୋକ ପର କରି ଦେଉଛନ୍ତି, ସେଠି ପରଲୋକ ଆପଣାଇବା କଥା ନକହିବା ଭଲ। ହେଲେ ଆଜିର ଏହି ସ୍ୱାର୍ଥପର ଦୁନିଆରେ ଏବେବି ମହାନତା, ମାନବିକତା ବଞ୍ଚି ରହିଛି । ଲୋଭକୁ ପଛରେ ପକାଇ କିଛି ପାଇବା ଆଶାରେ ନୁହେଁ ବରଂ ଲୋକଙ୍କୁ ସହାୟତା ପାଇଁ କିଛି ବ୍ୟକ୍ତି ଆଗେଇ ଆସୁଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ଲୋଭର ବଶବର୍ତ୍ତୀ ନହୋଇ ସୁନା ଚେନ୍ ଫେରାଇ ଦେଇଥିବା ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ମାଇକ୍ରୋ କମ୍ପଷ୍ଟିଂ ସେଣ୍ଟରରେ ଅଳିଆକୁ ଅଲଗା ଅଲଗା କରିବା ବେଳେ ପୂଜାରାଣୀ ପ୍ରାୟ ୩ ଲକ୍ଷ ଟଙ୍କାର ଏକ ସୁନା ଚେନ୍ ପାଇଥିଲେ। ମାତ୍ର ଏଥିପ୍ରତି ଲୋଭ ନ ରଖି ସେ ସୁନା ଚେନ୍କୁ ତାର ପ୍ରକୃତ ମାଲିକକୁ ଫେରାଇ ଦେଇଥିଲେ ଏବଂ ମାଲିକ ମଧ୍ୟ ତାଙ୍କର ହଜିଯାଇଥିବା ସୁନା ଚେଙ୍କୁ ପାଇଁ ଖୁସି ହୋଇଯାଇଥିଲେ | ତେବେ ଏହି ମହିଳା ସଫେଇ କର୍ମଚାରୀଙ୍କ ମହାନତା ପାଇଁ ତାଙ୍କୁ ଖୁବ ପ୍ରସଂଶା କରାଯାଇଥିଲା ଏବଂ ବିଏମସି ମେୟର ତାଙ୍କୁ ସମ୍ମାନିତ ମଧ୍ୟ କରିଥିଲେ |