ଫୋକସ ପ୍ଲସ 26/12/2022(ରେଢ଼ାଖୋଲ): ଦୀର୍ଘ ଶହେ ବର୍ଷର ସ୍କୁଲ ଅଛି ସତ କିନ୍ତୁ ଶିକ୍ଷକ ନାହାନ୍ତି | ପାଣି ଟାଙ୍କି ଅଛି କିନ୍ତୁ ପାଣି ଟାଙ୍କିକୁ ପାଣି ଯାଉନାହିଁ | ପାଇଖାନା ଅଛି ସତ କିନ୍ତୁ ପାଇଖାନା କୁ ମଣିଷ ତ ମଣିଷ ପଶୁ ବି ଯିବା ପାଇଁ ଭୟ କରୁଛନ୍ତି | ଏମିତି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ବଡ଼ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ | ଯାହାକି ଏହି ସ୍କୁଲ 1901 ମସିହାରେ ସ୍ଥାପିତ ହୋଇଥିଲା | ସ୍କୁଲ କୁ 100 ବର୍ଷ ରୁ ଉର୍ଦ୍ଧ ହୋଇଗଲାଣି କିନ୍ତୁ ଆଜି ବି ଅବହେଳିତ ଅବସ୍ଥାରେ ପଡ଼ିରହିଛି | ସ୍କୁଲ କମିଟିର କହିବାନୁସାରେ ଆଜିକୁ 2 ବର୍ଷ ହେଲା ସ୍କୁଲରେ ପିଇବା ପାଇଁ ପାଣି ନାହିଁ ପାଣି ଟିକିଏ ପିଇବା ପାଇଁ ପିଲାମାନେ ସ୍କୁଲ ପରିସର ଛାଡି ଅନ୍ୟତ୍ର ଜାଗାକୁ ପାଣି ପିଇବା ପାଇଁ ଯାଆନ୍ତି | ଏହି ଅସୁବିଧାକୁ ନେଇ ସ୍କୁଲ କମିଟି ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ କୋଣସି ସୁଫଳ ମିଳିପାରିଲା ନାହିଁ | ଆଗକୁ ଏହାର ସମାଧାନ ନହେଲେ ଦୃଢ଼ ପ୍ରତିବାଦ କରାଯିବ ବୋଲି ସୂଚନା ଦେଇଛନ୍ତି |
