ନାଉଗାଁ୨୩/୦୨/୨୦୨୪: ନାଉଗାଁ ବ୍ଲକ ସ୍ଥିତ ପାଇକ ସାହି ଠାରେ ଭାଗବତ ସୁରକ୍ଷା ପରିଷଦ ଆନୁକୁଲ୍ୟରେ ଶ୍ରୀ ଶ୍ରୀ ଭାଗବତ ସପ୍ତାହ ପାରାୟଣ ଦ୍ଵାଦଶ ତମ ବାର୍ଷିକ ମହା ମହୋତ୍ସବ ଓ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳଶ ଶୋଭା ଯାତ୍ରା, ଦକ୍ଷିଣୀ କୀର୍ତ୍ତନ ଓ ନଗର ପରିକ୍ରମା ସହିତ ସାଧୁସନ୍ଥ ସମ୍ମିଳନୀ ଓ ସନ୍ଥ ପୂଜନ କରାଯାଇ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ମହାନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ଵାମୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରଦ୍ଧ ବଲ୍ଲଭ ମଠର ମହାନ୍ତ ରାମକୃଷ୍ଣ ଦାସ ମହାରାଜ,ମୁଖ୍ୟ ବକ୍ତା ବାବା ସତ୍ୟାନନ୍ଦ ଦାସ,ସମ୍ମାନିତ ଅତିଥି ବାବା ଦାମୋଦର ଦାସ ମହାରାଜ ଓ ସ୍ବାମୀ ଓମକାରନନ୍ଦ ଗିରି ପ୍ରମୁଖ ଯୋଗ ଦେଇ ଶ୍ରୀମଦ ଭାଗବତ ମଣିଷ ଜୀବନରେ ସବୁ ସମସ୍ଯାର ସମାଧାନର ବାଟ ଦେଖାଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ଆଧ୍ୟାତ୍ମିକ ଜ୍ଞାନ ଅଭାବରେ ହିଂସା କ୍ରୋଧ ବ୍ୟାପିଥାଏ । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ବିଚିତ୍ର ପଣ୍ଡା ସ୍ବାଗତ ଭାଷଣ ଓ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ସମାଜ ସେବୀ ଜୀବନ ଜ୍ୟୋତି ଜେନା, ଧର୍ମାନନ୍ଦ ପରିଡା, ଶିବ ଚରଣ ବେହେରା, ଜୀବନ ଜ୍ୟୋତି ଜେନା, ବିଚିତ୍ର କୁମାର ପଣ୍ଡା,ତ୍ରିଲୋଚନ ପାଳ,କୌଶିକ କୁମାର ଜେନା,ସଞ୍ଜୟ ପାଳ,ବିଷ୍ନୁ ଚରଣ ବେହେରା, ରଞ୍ଜିତ କୁମାର ପଣ୍ଡା, ଶ୍ରୀଧର ଜେନା(ବାପି), ନଟ ବେହେରା, ଆଦର୍ଶ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଏବଂ ପାଇକସାହି ଗ୍ରାମର ସମସ୍ତ ଗ୍ରାମ ବାସୀଙ୍କ ସହଯୋଗରେ କାର୍ଯ୍ୟକରାମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୪ ତାରିଖ ଦିନ ବିଶ୍ଵଶାନ୍ତି ମହାଯଜ୍ଞ ଓ ଦ୍ୱାଦଶ ବାର୍ଷିକ ଭାଗଵତ ସପ୍ତାହ ପରାୟଣ ମହା ମହୋତ୍ସବ ବିଶ୍ଵଶାନ୍ତି ମହାଯଜ୍ଞ ଉଜ୍ଜାପନ ହେବ।
