ସବୁ ନେଇଯାଇ ଅସହାୟ କରିଦେଲା ନିଜ ପୁତୁରା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳିି ପଞ୍ଚାୟତ ରୋଡ଼ଙ୍ଗ ଗାଁ ର ଅସହାୟ ଚମ୍ପା ସିଂହ ଙ୍କ ବିଧବା ଭତ୍ତା ,ରାସନ ଚାଉଳ ଏବଂ ଜମି ବାଡି ନେଇ ,ଅସହାୟ କରିଦେଲା ନିଜ ପୁତୁରା ପଙ୍କଜ ସିଂହ। ଆଜ୍ଞା ହଁ ଦୀର୍ଘ ବର୍ଷ ପୂର୍ବରୁ ନିଜର ସ୍ଵାମୀ ଏବଂ ପିଲାମାନେ ଏକା କରିକି ଆରପାରିକୁ ଛାଡ଼ି ଯିବାପରେ ବେସାହାରା ହୋଇ ରହିଛଛନ୍ତି ଚମ୍ପା ସିଂହ। ରୋଡଙ୍ଗ ଗାଁ ର ଧର ସିଂହ ଙ୍କ ସ୍ତ୍ରୀ ଚମ୍ପା ସିଂହ ବୟସ ୭୦ ବର୍ଷ,ନିଜର ସାହାରା କହିଲେ ପାଖରେ କେହି ନାହିଁ। ଚଳିବାକୁ ହେଲେ ପାଖରେ ନା ଅଛି ଭତ୍ତା ଟଙ୍କା ନା ରାସନ ଚାଉଳ ନା ଅଛି ରହିବାକୁ ଘର ଖଣ୍ଡିଏ। ଦୁଇ ବର୍ଷ ପୂର୍ବେ ସେହି ଗାଁ ର ସାନ ଦିଅର ର ପୁଅ ପଙ୍କଜ ସିଂହ ବୁଢ଼ୀମା ର ସେବା କରିବାକୁ ନିଜ ଘରକୁ ନେଇଥିଲେ। ସେବା କରିବାର କିଛି ଦିନ ବେସ ଭଲରେ ପାଳନ କରୁଥିଲା ନିଜ ପୁତୁରା। ହଟାତ ବୁଢ଼ୀମା ଟିର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିବା ପରେ ବାନ୍ତି ହୋଇଥିଲା।

ସେହି ବାନ୍ତି କୁ ଘୃଣା କରି ନିଜ ଘରୁ ବାହାର କରିଦେଲା ଅବିବେକି ପଙ୍କଜ। ଘରୁ ବାହାର କରିଦେବା ପରେ ନା ଥିଲା ପାଖରେ ନିଜର ବାର୍ଦ୍ଧକ୍ୟ ଭତ୍ତା ର ପ୍ରମାଣ ନା ରାସନ କାର୍ଡ ନା ଥିଲା ଜମିବାଡ଼ିର ପ୍ରମାଣ ପତ୍ର । ଏ ସବୁକୁ ନେଇ ସୁଜଗ ଖୁଜୁଥିଲା ଅବିବେକି ପଙ୍କଜ ଏବଂ ସୁଜଗ ର ଫାଇଦା ମଧ୍ୟ ଉଠାଇଲା । ଯେତେବେଳେ ସେବା କରିବାକୁ ନେଇ , ଅଧା ବାଟରେ ଛାଡି ଦେଲା ଏବେ ସାହାରା ହେବ କିଏ ? ହଁ ଦର୍ଶକ ବନ୍ଧୁ ଯେତେବେଳ ନିଜର ସ୍ବାର୍ଥ ପାଇଁ ଜଣେ ଅସହାୟ ବିଧବା ବୃଦ୍ଧା ମା ଟିଏ ରାସ୍ତାରେ ବସି ଏକା ଏକା କାନ୍ଦିଥାଏ ସେତେବେଳେ ସାହାରା ହେବ ଅବା କିଏ। ସେହି ସମୟରେ ଗାଁ ର ମଝି ଦାଣ୍ଡରେ ଯେତେବେଳ ଜଣେ ବୃଦ୍ଧା ମା ର କାନ୍ଦ ସୁଭୁଥାଏ, ଗାଁ ର ଜଣେ ସ୍ଵାଭିମାନୀ ମଣିଷ ମନ୍ମଥ ପ୍ରଧାନ ସେହି କାନ୍ଦ କୁ କର୍ଣ୍ଣକୁ ନେଇ ଧାଇଁ ପଳାଇଥିଲେ ପାଖକୁ। ସେହି ପାଖକୁ ଯାଇ ଯେତେବେଳ ଦେଖିଲେ ଆଖିରୁ ଧାର ଧାର ହୋଇ ଅଶ୍ରୁ ଝରାଇ
ଛଟ ପଟ ହୋଇ ଅଣନିଶ୍ୱାସୀ ରେ ଅଛି ବୃଦ୍ଧା ମା ଟିଏ। ହଟାତ ନିଜ ପାଖକୁ କୁଳାଇ ନେଇ ତାଙ୍କର ଦୁଃଖ କଥା କହିବାକୁ କହିଥିଲେ। ସେହି ସମୟରେ ବୃଦ୍ଧା ମା ଟିଏ ନିଜର କ୍ଷୁବ ପ୍ରକାଶ କରି ନିଜର ପରିବାର କଥା ଏବଂ ପାଳନ କରିବାକୁ ନେଇ ସବୁ ଲୁଟି ନେଇଥିବା ନିଜର ପୁତୁରା ପଙ୍କଜ ସିଂହ ଙ୍କ କଥା କହିଥିଲେ। ବୃଦ୍ଧା ମା ର ଦୁଃଖ କଥା ଶୁଣି ସେହି ସମୟରେ ବୃଦ୍ଧା ମା କୁ ନେଇ ଗାଁ ର ମଝି ଜାଗା ରେ ନିଜେ ନଡ଼ା, ପୁଆଳ ଏବଂ ଜରି ପାଲ ଦେଇ ଗୋଟିଏ ଟୁବୁଡ଼ି ଘର ଟିଏ କରିଦେଲେ ମନ୍ମଥ ପ୍ରଧାନ। ସେହି ଜାଗାରେ ରଖେଇ ଖାଇବା ପିଇବା ଏବଂ ପିନ୍ଧିବା ବସ୍ତ୍ର ଦେଇ ଦେଖାଶୁଣା କରୁଛନ୍ତି ବୃଦ୍ଧା ମା ଟିର।

ତେବେ ଏଭଳି ପରିସ୍ଥିତିରେ ଥିବା ଚମ୍ପା ସିଂହ ଙ୍କୁ ସ୍ଥାନୀୟ ପ୍ରଶାସନ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଇ ଥଇଥାନ ବ୍ୟବସ୍ଥା କରୁଛି ତାହା ଦେଖିବାକୁ ବାକି ରହିଲା।

 

Leave a Reply

Your email address will not be published. Required fields are marked *