ସଫେଇ କର୍ମଚାରୀଙ୍କ ଉତେଜନା

ଫୋକସ ପ୍ଲସ(ବାଲୁଗାଁ)୨୭/୦୮/୨୦୨୨:ଠିକା ସଫେଇ କର୍ମଚାରୀଙ୍କ ବାଲୁଗାଁ ଏନଏସି ଘେରାଉ କରିବା ସହ ଚାପା ଉତ୍ତ୍ୱେଜନା ଲାଗିରହିଛ।ବାଲୁଗାଁ ଏନଏସିରେ ପରିମଳ ବ୍ୟବସ୍ଥା ନେଇ ସହରର ସ୍ଵଚ୍ଛତା ଓ ବିକଶିତ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହାର ଘୋର ଅନିୟମିତତା ଦେଖିବାକୁ ମିଳୁଛି ଏନଏସିରେ । ସ୍ଵଚ୍ଛତା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀଙ୍କୁ ନିୟୋଜିତ କରୁଛନ୍ତି ।କିନ୍ତୁ ଏ ସବୁର ଘୋର ବ୍ୟାଘାତ ସୃଷ୍ଟି ହୋଇଛି ବାଲୁଗାଁ ଏନ୍ଏସିରେ, ଯାହାକି ସିଧାସଳଖ ପ୍ରଭାବ ପଡୁଛି ବାଲୁଗାଁ ବାସିନ୍ଦାଙ୍କ ଉପରେ।ସୂଚନା ମୁତାବକ ବାଲୁଗାଁ ଏନ୍ଏସି ଅଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଏନ୍ଏସି ଏବଂ ଏଲ୍ ଆଣ୍ଡ କେ ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତି ପତ୍ର ହୋଇଛି।ଚୁକ୍ତି ଅନୁସାରେ ଉକ୍ତ କମ୍ପାନୀ ବାଲୁଗାଁ ସହରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଦୈନିକ ୩୨୬ ଟଙ୍କା ଦେୟରେ ସମୁଦାୟ ୬୫ଜଣ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି।ଏବଂ ଏମାନଙ୍କୁ ତଦାରଖ କରିବା ପାଇଁ ଦୁଇ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି।ସଫେଇ କର୍ମଚାରୀଙ୍କ କହିବା ମୁତାବକ ଆମେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମକୁ କୌଣସି ପ୍ରକାରର ସଫେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ।ୱାର୍ଡ ୱାର୍ଡ ବୁଲି ଖାଲି ହାତରେ ଅଳିଆ ଆବର୍ଜନା ଗୋଟାଉଛୁ।ଏପରିକି ଠେଲା ଗାଡିର ମଧ୍ୟ କୌଣସି ବ୍ୟବସ୍ତା କରାଯାଇନାହିଁ।ଏସବୁ ଅଭିଯୋଗ ନେଇ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀଙ୍କୁ ଏସମ୍ବନ୍ଧରେ ଏବଂ ମାସିକ ପ୍ରାପ୍ୟ ବିଷୟରେ ଗୁହାରି କରିବାକୁ ଯାଇଥିବା ବେଳେ ଆମକୁ ଜାତିଆଣ କହି ଫେରାଇଦେଉଛନ୍ତି।ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ କେହି କାମ କରିବାକୁ ଯିବେ ନାହିଁ ବୋଲି ରୋକଠୋକ ମନା କହିଛନ୍ତି ସଫେଇ କର୍ମଚାରୀମାନେ।ଏସମ୍ବନ୍ଧରେ ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢୀଙ୍କୁ ଯୋଗାଯୋଗ କରିବାରେ କୌଣସି ଜାତିଗତ ଆକ୍ଷେପ କରିନଥିବା କହିଛନ୍ତି।ଏଥିସହିତ ଆଜି ଯେଉଁ ସମସ୍ୟା ଉପୁଜିଛି ସେ ନେଇ ଏନ୍ଏସି ତରଫରୁ ଉକ୍ତ କମ୍ପାନୀକୁ ତାଗିଦ କରିଛନ୍ତି। ଏବଂ ଏହାର ଯଥାଶୀଘ୍ର ସମାଧାନ କରାଯିବା ସହ ଆଗାମି ଦିନରେ ଏପରି ବିଶୃଙ୍ଖଳା ସୃଷ୍ଟି ନହେବା ଦିଗରେ ଧ୍ୟାନ ଦେବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *