ଫୋକସ ପ୍ଲସ 19/5/22 (କେନ୍ଧୁଝର) :ରୁଦନ ପାଇଲା ନୂଆ ଜୀବନ।ଅତ୍ୟନ୍ତ କଷ୍ଟକର ମନେ ହୋଉଥିବା ଅସ୍ତ୍ରୋପଚାର ସଫଳ ହେବା ପରେ ନୂଆ ଜୀବନ ପାଇଛି ରୁଦନ ସନଙ୍ଗୀ।କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଶଙ୍କାରୀ ଗ୍ରାମରେ ରୁହନ୍ତି ରୁଦନ ସନଙ୍ଗୀ।ଯୁବ ବୟସରୁ ରୁଦନଙ୍କ ତଳପାଟି ହାଡ଼ରେ ଏକ ଟ୍ୟୁମର୍ ହେବା ପରେ ଧୀରେ ଧୀରେ ଯନ୍ତ୍ରଣା ହୋଇଥିଲା।ସମୟକ୍ରମେ ଏହା ବଡ଼ ଆକାର ଧାରଣ କଲା ଏବଂ ଯନ୍ତ୍ରଣା ବଢ଼ିଲା।ଖାଇବାରେ ଏବଂ କଥା କହିବାରେ ସମସ୍ୟା ଉପୁଜିଲା।ସେ ଦୁର୍ବଳ ହେବାକୁ ଲାଗିଲେ।ତେବେ ଶରୀର ଦୁର୍ବଳ ହେବା କାରଣରୁ କାମ ଧନ୍ଦା ବି କରି ପାରିଲେ ନାହିଁ।
