ସତ୍ତା ହରାଇଲାଣି ବଡମ୍ବା ସିଆରିଆ ନାଳ

ଫୋକସ ପ୍ଲସ (କଟକ) ୨୧/୦୬/୨୦୨୨ : କଟକ ଜିଲ୍ଲା ବଡମ୍ବା ର “ସିଆରିଆ ନାଳ “ଟି ଦିନକୁ ଦିନ ସରକାର ଙ୍କ ଅବହେଳା ହେତୁ ତାର ସତ୍ତା ହରାଇବାକୁ ବସିଲାଣି I ଚାଷି ଙ୍କ କାମରେ ଆସିବା ବଦଳ ରେ ଚାଷି ଙ୍କ ଜମି କୁ ନଷ୍ଟ କରିବାରେ ଲାଗିଛି ଏହି ନାଳ I ସୂଚନା ଅନୁଯାଇ ବଡମ୍ବା ର ସିଆରିଆ ନାଳଟି ପାହାଡ଼ ରୁ ବାହାରି ବଡମ୍ବା ବ୍ଲକ ଅନ୍ତର୍ଗତ ନଅ ଗୋଟି ଗ୍ରାମ ପଞ୍ଚାୟତ ର 32ଟି ରାଜସ୍ବ ଗ୍ରାମ ଦେଇ ମହାନଦୀ ରେ ମିଶିଛି I ଏହି ନଅ ଗୋଟି ଗ୍ରାମ ପଞ୍ଚଯତ ହେଲା ଗୋପମଥୁରା, ଶଙ୍ଖାମେରୀ, ପରଜାପଡା, ଗଡାପୋଖରୀ, ରଗଡିପଡା, ଦିନିଆରି, ଗୋପୀନାଥପୁର, ମୁଗଗହିରି, ବାଙ୍ଗାରିସିଙ୍ଘା I ସିଆରିଆ ନାଳ ପାଶ୍ୱବର୍ତ୍ତୀ ପ୍ରାୟ 5 ହଜାର ରୁ ଅଧିକ ହେକ୍ଟର ଜମି ଅଛି I ପାହାଡ଼ ରୁ ପାଣି ଆସିଲେ ନାଳ ଭିତରେ ଥିବା ବଣବୁଦା ରେ ଜଙ୍ଗଲ ରୁ ଭାସି ଆସୁଥିବା ଶୁଖିଲା ଡାଳ, ପତ୍ର, କାଠି, କୁଟା ଇତ୍ୟାଦି ଲାଖିଯାଇ ଏକ କୃତ୍ତିମ ପାହାଡ଼ ସୃଷ୍ଟି କରୁଛି, ଏବଂ ପାହାଡ଼ ରୁ ଆସୁଥିବା ବନ୍ୟାପାଣି ନାଳ ମଧ୍ୟରେ ଅତିକ୍ରମ ନ କରି ପାଶ୍ୱବର୍ତ୍ତୀ ଜମିକୁ ମାଡି ଯାଉଛି I ଫଳ ରେ ଚାଷି ମାନଙ୍କ ର କରିଥିବା ଫସଲ ସବୁ କ୍ଷତି ଘଟାଉଛି I
ଏହି ସମ୍ବଦ୍ଧରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅବଗତି କରାଇଥିଲେ ମଧ୍ୟ କୌଣସି ପ୍ରତିକାର ଏ ଯାବତ ହୋଇ ପାରୁ ନାହିଁ |

Leave a Reply

Your email address will not be published. Required fields are marked *