ବାଲିଗୁଡ଼ା06/01/24; କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏସି ରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଦିବାସୀ ମହାବିଦ୍ୟାଳୟ ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା।
ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଯେ ଭାରତ ସରକାରଙ୍କ ସୂଚନା ଅନୁଯାୟୀ ଆମ ଦେଶ ଭାରତରେ ୨୦୨୨ ମସିହାରେ ୧,୬୮,୪୯୧ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏବଂ ଆମ ରାଜ୍ୟ ଓଡ଼ିଶାରେ ୨୦୨୨ ମସିହାରେ ୫୪୬୭ ଲୋକଙ୍କର ମଧ୍ୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।
ଏହି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଆସନ୍ତା ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।
ଏହାକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି କି ଆପଣମାନେ ରାସ୍ତାରେ ଯାନବାହାନ ଚଳାଚଳ କରିବା ସମୟରେ ନିମ୍ନଲିଖିତ ନିୟମଗୁଡିକୁ ଅନୁପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।
୧. ଦୁଇ ଚକିଆ ମୋଟର ଯାନର ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରନ୍ତୁ ।
୨. ମୋଟର ଯାନକୁ ଅତ୍ୟଧିକ ବେଗରେ ଚଳାନ୍ତୁ ନାହିଁ ।
. ମୋଟର ଯାନ ଚଳାଇବା ସମୟରେ ଅନ୍ୟ ଯାନ ସହ ପ୍ରତିଯୋଗିତା କରନ୍ତୁ ନାହିଁ ।
୪. କୌଣସି ପ୍ରକାର ନିଶା ସେବନ କରି ମୋଟର ଯାନ ଚଲାନ୍ତୁ ନାହିଁ ।
୫. ଚାରିଚକିଆ ମୋଟର ଯାନରେ ଯାତ୍ରା କରିବା ସମୟରେ ଚାଳକ ଏବଂ ଯାତ୍ରୀମାନେ ସିଟ୍ ବେଲ୍ଟ ବ୍ୟବହାର କରନ୍ତୁ ।
୬. ମୋବାଇଲ ଫୋନ ବ୍ୟବହାର କରି ଗାଡି ଚଳାନ୍ତୁ ନାହିଁ ।
9. ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୌଣସି ପ୍ରକାର ଗାଡି ଚଳାଇବାକୁ ଦିଅନ୍ତୁ ନାହିଁ ।
୮. କୌଣସି ଗାଡିରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରନ୍ତୁ ନାହିଁ ଏବଂ କ୍ଷମତାଠାରୁ ଅଧିକ ଓଜନର ଦ୍ରବ୍ୟ ପରିବହନ କରନ୍ତୁ ନାହିଁ ।
“ପ୍ରତ୍ୟେକ ଜୀବନ ମୁଲ୍ୟବାନ”
ଆପଣଙ୍କର ସୁରକ୍ଷିତ ଯାତ୍ରା ଆମର କାମ୍ୟ । କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଅଧିକାରୀ, ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ, ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ, ଆଦିବାସୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
