ଫୋକସ ପ୍ଲସ 23/12/2022(ବ୍ୟୁରୋ): ଦେଶ ପାଇଁ ଦୁଃଖଦ ଖବର। ସଡ଼କ ଦୁର୍ଘଟଣାରେ ୧୬ ଯବାନଙ୍କ ମୃତ୍ୟୁ ହୋଇଛି। ଉତ୍ତର ସିକ୍କିମ ଘାଟିରେ ଏହି ଦୁର୍ଘଟଣା ଘଟିଛି। ସେନା ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଡ଼ାଣିରେ ଗଡ଼ି ପଥର ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି। ସେନାର ୩ଟି ଗାଡ଼ି ଯବାନଙ୍କୁ ନେଇ ଚାଟ୍ଟେନରୁ ଥାଙ୍ଗୁ ଅଭିମୁଖେ ଯାଉଥିବା ବେଳେ ଜିମା ରାସ୍ତାରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଦୁର୍ଘଟଣା ବିଷୟରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି “ଦୁର୍ଘଟଣା ଘଟିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୪ ଆହତ ଯବାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ଦୁର୍ଭାଗ୍ୟ ବଶତଃ ୩ ଜୁନିୟର କମିଶନ୍ଡ ଅଫିସର ଏବଂ ୧୩ ଯବାନଙ୍କର ଆହତ କାରଣ ମୃତ୍ୟୁ ହୋଇଛି।
ସଡ଼କ ଦୁର୍ଘଟଣା ୧୬ ସେନା ଯବାନଙ୍କ ମୃତ୍ୟୁ, ୪ ଗୁରୁତର ||
