ଫୋକସ ପ୍ଲସ 26/12/2022(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ ନିକଟରେ ସଡକ ଦୁର୍ଘଟଣା । ଟିପ୍ପର ଡ୍ରାଇଭର ର ଅସାବଧନତା ଯୋଗୁ ଚାଲିଗଲା ପାଞ୍ଚଟି ବଳଦ ଓ ଜଣେ ବ୍ୟକ୍ତିଙ୍କ ଜୀବନ l ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେଓଭରଣ୍ଡୀ ଗ୍ରାମରେ l ମୃତ ବ୍ୟକ୍ତି ଦେଓଭରଣ୍ଡୀ ଗ୍ରାମର ସମାରୁ ଗଣ୍ଡ । ମୃତ୍ୟୁ ବରଣ କରିଥିବା ୫ ଟି ବଳଦ ମୃତ ମାଲିକ ସମାରୁ ଗଣ୍ଡଙ୍କ ଥିଲା ବୋଲି ଜଣାପଡିଛି। ବିଶାଖାପାଟଣାରୁ ରାଇପୁର କୁ ଯାଉଥିବା ଭାରତ ମାଳା ପ୍ରକଳ୍ପ ରେ ନିୟୋଜିତ ସିଜି ୦୭ ବିଡି ୪୮୩୪ ନମ୍ବର ବିଶିଷ୍ଟ ଖାଲି ଟିପର ପାଞ୍ଚଟି ବଳଦ ଓ ବଳଦ ମାଲିକଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଖବର ପାଇ କୁନ୍ଦେଇ ପୋଲିସ ଟିପର ଓ ଡ୍ରାଇଭରକୁ କୁନ୍ଦେଇ ଥାନାରେ ଅଟକ ରଖିଛନ୍ତି l କିନ୍ତୁ ଘଟଣାସ୍ଥଳରେ ଅଞ୍ଚଳବାସୀଙ୍କ ଦ୍ୱାରା ଉତ୍ତେଜନା ସୃଷ୍ଟି ହୋଇ ରାସ୍ତା ରୋକ କରିଛନ୍ତି l ଯେଉଁ ପର୍ଯ୍ୟନ୍ତ କ୍ଷତି ପୂରଣ ନ ହେଉଛି ସେ ପର୍ଯ୍ୟନ୍ତ ରାସ୍ତାରୁ ଉଠିବେ ନାହିଁ ବୋଲି ଧାରଣା ରେ ବସିଛନ୍ତି l ଘଟଣା ସ୍ଥଳରେ ରାଇଘର ଓ କୁନ୍ଦେଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରୁଛନ୍ତି l
