ସଡ଼କ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର

ଫୋକସ ପ୍ଲସ (ବନ୍ତ)୩୦/୦୬/୨୦୨୨: ବନ୍ତ ଥାନା ଅନ୍ତର୍ଗତ ବନ୍ତ ଆଗରପଡା ରାସ୍ତାର ପାନପଦି ଛକ ରେ ବନ୍ତରୁ ଆଡିଆ ଅଭିମୁଖେ OD22C 9663 ବିଶିଷ୍ଟ ଏକ ବଜାଜ ମଟୋର ସାଇକେଲ ଯୋଗେ ହରିହର ଦାସ (୪୦) ଫକିର ଚରଣ ଦାସ ଙ୍କୁ ମଟରସାଇକେଲ ରେ ବସାଇ ନେଇ ଯାଉଥିବା ସମୟରେ ବଳଭଦ୍ର ଗ୍ରାମ ଭିତରୁ ଏକ ମଟରସାଇକେଲ ମୁଖ୍ଯ ରାସ୍ତା ଉପରକୁ ଆସୁଥିବା ବେଳେ ଅସାବଧାନତା ବଶତଃ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟ ଗାଡି ଚାଳକ ରାସ୍ତା ଉପରେ ପଡିଯିବା ସହ ବନ୍ତ ରୁ ଆଡିଆ ଅଭିମୁଖେ ଯାଉଥିବା ହରିହର ଦାସ ଙ୍କ ମଟରସାଇକେଲ ପଛରେ ବସିଥିବା ଫକିର ଚରଣ ଦାସ (୭୨) ଙ୍କର ଦୁର୍ଘଟଣାରେ ଗୁରୁତର ହେବାରୁ ବନ୍ତ ପୋଲିସ ସହାୟତାରେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରାଇ ଡାକ୍ତର ଙ୍କର ନିର୍ଦ୍ଦେଶ କ୍ରମେ ଗୁରୁତର ଙ୍କୁ ଜିଲ୍ଲାମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଉଥିବାବଳେ ରାସ୍ତାରେ ମୃତ ହୋଇଥିବା ଜଣାପଡିଛି। ସେହିପର ଗାଡି ଚାଳକ ହରିହର ଦାସ ଗୁରୁତର ଆହତ ହୋଇଥିବା ଯୋଗୁ ତାଙ୍କୁ କଟକ ବଡ ଡାକ୍ତର ଖାନାକୁ ପଠାଯାଇଥିବା ଜଣାପଡିଛି ତେବେ ଅନ୍ୟ ପକ୍ଷରେ ମୁଖ୍ଯ ରାସ୍ତା ଉପରକୁ ଆସୁଥିବା ଟିଲୋ ଅଞ୍ଚଳର ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ ଗୋଟିଏ ମଟରସାଇକେଲ କୁ ଘଟଣା ସ୍ଥଳରୁ ଥାନାକୁ ଆଣିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ପକ୍ଷରୁ କୌଣସି ମାମଲା ରୁଜୁ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ବନ୍ତ ରୁ ବାବୁରାମ ବେହେରା ଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *