ଫୋକସ ପ୍ଲସ 1/12/22 ( ଓଡ଼ାପଡ଼ା): ଆଜି ସକାଳ ସମୟରେ ଓଡ଼ାପଡ଼ା ବ୍ଳକ୍ ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍ୱଚନା ମୁତାବକ କୁରୁଣ୍ଟି ଗ୍ରାମର ମହିଳା ଜାଇ ସାହୁ (୫୨ ବର୍ଷ)। ସ୍ୱାମୀ ତ୍ରିପୁର ସାହୁ। ସେ ସକାଳୁ କୌଣସି କାମରେ ଘରୁ ବାହାରି ଥିଲେ। ରିମ୍ ଝିମ୍ କମ୍ପାନୀ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଅନୁଗୋଳ ରୁ କଟକ ଅଭିମୁଖେ ଯାଉଥିବା ଯାତ୍ରୀ ବାହି ନିଳକଣ୍ଠ ବସ ବାଇକ୍ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜାଇ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ଫଳରେ ୫୫ନଂ ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଛି।
