ସଡକ ଦୁର୍ଘଟଣାରେ ଜଣେ ମୃତ, ତହସିଲଦାରଙ୍କୁ ଆକ୍ରମଣ

ଫୋକସ ପ୍ଲସ (ଢେଙ୍କାନାଳ)୨୩/୦୬/୨୦୨୨: ହରଡ଼ଘଣାରେ ତହସିଲଦାର, ରାସ୍ତାରୋକ ହଟାଇବାକୁ ଯାଇ ଉତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହେଲେ ତହସିଲଦାର। ଉତ୍ୟକ୍ତ ଲୋକେ ତହସିଲଦାର ଙ୍କୁ ବାଲି କାଦୁଅ ଏକ କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତା ଚଲାଇ ଚଲାଇ ନେଲେ।
ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ଥାନା ବରପଡା ପୋଲ ନିକଟରେ। ନେମାଳ ଥାନା ତିଳକଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସାଇକେଲ ଯୋଗେ ବନ୍ଧକାଟିଆ ପଞ୍ଚାୟତର ବିଷ୍ଣୁ ଚରଣ ସିଂହ ନାମକ ଜଣେ ଲୋକ ଆସୁଥିବା ବେଳେ ବାଲି ବୋଝେଇ ହାଇୱା ଟ୍ରକ ଧକ୍କା ଦେବା ଫଳରେ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ତାତି ଥିଲେ ଲୋକେ।
ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ନିଶ୍ଚିନ୍ତକୋଇଲି ନେମାଳ ରାସ୍ତାର ବରପଡ଼ା ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ତହସିଲଦାର, ନେମାଳ ଆଇ ଆଇ ସି, ନିଶ୍ଚିନ୍ତକୋଇଲି ଆଇ ଆଇ ସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ତହସିଲଦାରଙ୍କୁ ଚଲାଇ ଚଲାଇ ଦୁଇ କିଲୋମିଟର କାଦୁଅ ରାସ୍ତାରେ ବାଲି ଘାଟ ପର୍ଯ୍ୟନ୍ତ ନେବା ସହିତ ଦେଖାଇଥିଲେ, ବାଲି ଘାଟରେ କିଭଳି ସରକାରୀ ନିୟମ କୁ ଫୁ… କରି ବାଲି ଘାଟ ନିଲମଧାରୀ ମନଇଛା ବାଲି ଉଠାଉଛନ୍ତି। ସେଠାରୁ ଫେରିବା ସମୟରେ ସ୍ଥାନୀୟ ଲୋକମାନେ ତହସିଲଦାରଙ୍କୁ ଟଣାଓଟରା କରିବା ସହ ଅଶିଳ ଭାଷାରେ ଗାଳଗୁଲଜ ମଧ୍ୟ କରିଥିଲେ। ବାରମ୍ବାର ପ୍ରଶାସନ ନିକଟରେ ଜଣାଇବା ପରେ ମଧ୍ୟ ଦିନରେ ଅବାଧରେ ବାଲି ଚାଲାଣ ବେଳେ ଦୁର୍ଘଟଣା ଘଟି ବୋହୁ ମୂଲ୍ୟବାନ ଜୀବନ ଯାଉଥିବାରୁ ଆଜି ଲୋକେ ରକ୍ତମୁଖା ହୋଇଥିଲେ ଯାହାଫଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ପରେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଙ୍କୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି।

୭/୮ ଦିନ ତଳେ ଦିନରେ ବାଲି ବୋଝେଇ ହାଇଓ୍ୟା ଟ୍ରକ୍ କଟିକଟା-ଜଇପୁର ରାସ୍ତା ରେ ନଯିବା ପାଇଁ କୁଳଗାଁଇଶାଳୋ ଠାରେ ରାସ୍ତାରୋକ କରିଥିବା ବେଳେ ଆଜି ବରପଡା ଠାରେ ରାସ୍ତାରୋକ ଓ ବିକ୍ଷୋଭ। ତେବେ ଦୁଇ ଦୁଇ ଥର ରାସ୍ତାରୋକ ପରେ ଚେତା ପଶୁଛି କି ନାହିଁ ତହସିଲଦାର ଙ୍କର ନାଁ ପୁଣି ଲୋକଙ୍କ ଜୀବନ ଜୀବିକା କୁ ଗୁରୁତ୍ଵ ନଦେଇ ଗୁରୁତ୍ବ ଦେଉଛନ୍ତି ବାଲି ମାଫିଆ ଙ୍କୁ ଆଗକୁ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *